ଓଡିଶା

odisha

ETV Bharat / city

ଆସୁଛି ରାକ୍ଷୀ, ମନ ମୋହୁଛି ଅଟିଷ୍ଟିକ ପିଲାଙ୍କ ହାତ ତିଆରି ରାକ୍ଷୀ - ରାକ୍ଷୀ ପୂର୍ଣ୍ଣିମା

ସାରା ବିଶ୍ବକୁ ଗ୍ରାସ କରିଛି କୋରୋନା ମହାମାରୀ । ପ୍ରଭାବରେ ଫିକା ପଡିଲାଣି ପୂଜା ପର୍ବାଣୀ । ଆଉ ଆଗକୁ ଆସୁଥିବା ରାକ୍ଷୀ ପୂର୍ଣ୍ଣିମା ବି ଫିକା ପଡିବ ବୋଲି ପ୍ରାୟ ସ୍ପଷ୍ଟ ହୋଇଗଲାଣି । ଏମିତିରେ ଘରେ କେବଳ ବସି ନରହି ରାଜଧାନୀର ଅଟିଷ୍ଟିକ ପିଲାମାନେ ପ୍ରସ୍ତୁତ କରୁଛନ୍ତି ମନଲୋଭା ରଙ୍ଗ ବେରଙ୍ଗର ରାକ୍ଷୀ ।

bhubaneswar latest news, rakshabandhan, rakhi preparation by autistic students, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାକ୍ଷୀ ପୂର୍ଣ୍ଣିମା, ଅଟିଷ୍ଟିକ ଛାତ୍ରଙ୍କର ରାକ୍ଷୀ ପ୍ରସ୍ତୁତି, ରାଜଧାନୀରେ ନିଆରା ରାକ୍ଷୀ ପ୍ରସ୍ତୁତି
ଆସୁଛି ରାକ୍ଷୀ, ମନ ମୋହୁଛି ଅଟିଷ୍ଟିକ ପିଲାଙ୍କ ହାତ ତିଆରି ରାକ୍ଷୀ

By

Published : Aug 1, 2020, 11:00 PM IST

ଭୁବନେଶ୍ବର: ସାରା ବିଶ୍ବକୁ ଗ୍ରାସ କରିଛି କୋରୋନା ମହାମାରୀ । ପ୍ରଭାବରେ ଫିକା ପଡିଲାଣି ପୂଜା ପର୍ବାଣୀ । ଆଉ ଆଗକୁ ଆସୁଥିବା ରାକ୍ଷୀ ପୂର୍ଣ୍ଣିମା ବି ଫିକା ପଡିବ ବୋଲି ପ୍ରାୟ ସ୍ପଷ୍ଟ ହୋଇଗଲାଣି । ଏମିତିରେ ଗତ ବର୍ଷମାନଙ୍କ ତୁଳନାରେ ଏବର୍ଷ ରାକ୍ଷୀ ବଜାର ମଧ୍ୟ ଖାଁ ଖାଁ ଦେଖାଯାଉଛି । ହେଲେ ବଜାରକୁ ନିଜ ଉଦ୍ୟମରେ ସକ୍ରିୟ ରଖି ନିଜ ପ୍ରତିଭାର ନିଦର୍ଶନ ଦେଉଛନ୍ତି ରାଜଧାନୀର ଅଟିଷ୍ଟିକ ପିଲାମାନେ । ଘରେ କେବଳ ବସି ନରହି ଏମାନେ ପ୍ରସ୍ତୁତ କରୁଛନ୍ତି ମନଲୋଭା ରଙ୍ଗ ବେରଙ୍ଗର ରାକ୍ଷୀ । ଯାହାକୁ ବଜାରରେ ସୁଲଭ ମୂଲ୍ୟରେ ପହଞ୍ଚାଉଛି ୱିଫୋରୟୁ ଏନଜିଓ ସଂସ୍ଥା ।

ଆସୁଛି ରାକ୍ଷୀ, ମନ ମୋହୁଛି ଅଟିଷ୍ଟିକ ପିଲାଙ୍କ ହାତ ତିଆରି ରାକ୍ଷୀ

ଲକଡାଉନ ସମୟରେ ପିଲାମାନେ ଘରେ ବସି ରହୁଥିବାରୁ ସେମାନଙ୍କ ଉପରେ ପଡୁଛି ଅନେକ ମାନସିକ ଚିନ୍ତା । ଫଳରେ ଅଳ୍ପ ସମୟରେ ଅସ୍ଥିର ହୋଇ ପଡୁଛନ୍ତି ଛାତ୍ରଛାତ୍ରୀ । ଏମିତିରେ ଘରେ କେବଳ ବସି ନରହି ନିଜକୁ ବ୍ୟସ୍ତ ରଖି କିଛି କଳାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ରାଜଧାନୀର ଅଟିଷ୍ଟିକ ଛାତ୍ରମାନେ । ସାଧାରଣତଃ ଅଟିଷ୍ଟିକ ପିଲାମାନଙ୍କୁ ନେଇ ସମାଜର ରହିଛି ଏକ ଭିନ୍ନ ଚିନ୍ତାଧାରା । ଏମାନେ ଭିନ୍ନ ଓ ଏମାନଙ୍କୁ ଆବଶ୍ୟକ କିଛି ସ୍ବତନ୍ତ୍ର ଦୃଷ୍ଟିକୋଣ । ହେଲେ ଏହି ଚିରାଚରିତ ଚିନ୍ତାଧାରାକୁ ଭାଙ୍ଗି ଦୁଇ ପାଦ ଆଗେଇ ଆସିଛନ୍ତି ଅଟିଷ୍ଟିକ ଛାତ୍ରମାନେ ।

ଶିକ୍ଷାଦାନରେ ଏମାନଙ୍କ କଳାତ୍ମକ ବିକାଶକୁ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବାରୁ ବର୍ଷ ତମାମ ବିଭିନ୍ନ ପୂଜା ପର୍ବାଣୀ ସମୟରେ ନିଜ କଳାର ପରିଚୟ ଦେଇଥାଆନ୍ତି ଏମାନେ । ଫଳରେ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ପ୍ରସ୍ତୁତିଠାରୁ ଆରମ୍ଭ କରି ଦାପୀବଳୀରେ ଦୀପ ପ୍ରସ୍ତୁତ କରନ୍ତି ଏମାନେ । ଯାହାକୁ ବଜାରରେ ବିକି ଏହି ଅଟିଷ୍ଟିକ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରାଇ ପାରନ୍ତି ଏନଜିଓ ସଂସ୍ଥା ।

ତେବେ ଚଳିତବର୍ଷ ତମାମ ବାଧାବିଘ୍ନ ସତ୍ତ୍ବେ ସାଧାରଣ ଘରୋଇ ସାମଗ୍ରୀ ଯଥା ଚାଉଳ, ସୋରିଷ, ଧାନ, ଲବଙ୍ଗ ଓ ଚୁମକି, ଷ୍ଟୋନ ବ୍ୟବହାର କରି ଦିନକୁ ପ୍ରାୟ 200 ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଏହି ଅଟିଷ୍ଟିକ ଛାତ୍ର । ଯାହାକୁ ଅନଲାଇନ ମାଧ୍ୟମରେ ବିକ୍ରି କରି ରାଜ୍ୟ ତଥା ରାଜ୍ୟ ବାହର ଲୋକଙ୍କ ପାଖରେ ପହଞ୍ଚାଉଛି ୱିଫୋରୟୁ ଏନଜିଓ ସଂସ୍ଥା । ସେପଟେ ଏପରି ଭାବେ କାର୍ଯ୍ୟରେ ନିଜକୁ ନିଯୋଗ କରି ପିଲାମାନେ ମଧ୍ୟ ଖୁସି ରହୁଥିବା ସେମାନଙ୍କ ଅଭିଭାବକ ପ୍ରକାଶ କରିଛନ୍ତି । ଯଦି ଏହିପରି ଭାବେ ପ୍ରୋତ୍ସାହନ ମିଳୁଥିବ ତେବେ ଏମାନେ ସମାଜର ମୁଖ୍ୟସ୍ରୋତରେ ଆତ୍ମବିଶ୍ବାସର ସହ ସାମିଲ ହୋଇପାରିବେ ନିଶ୍ଚୟ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details