ଭୁବନେଶ୍ବର: ନବୀନ ନିବାସ ଘେରାଉ କଲେ କଂଗ୍ରେସ କର୍ମୀ । କେନ୍ଦ୍ରାପଡା ଜିଲ୍ଲା ଆଳି ଓ ରାଜକନିକା ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଶତାଧିକ କର୍ମୀଙ୍କ ଘେରାଉ । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ବରେ କଂଗ୍ରେସ ଭବନରୁ ବାହାରି ନବୀନ ନିବାସରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଶତାଧିକ କର୍ମୀ । କେବଳ ପଞ୍ଚାୟତିରାଜ ବିଭାଗରେ ଦୀର୍ଘ 20 ବର୍ଷ ଧରି ପ୍ରାୟ 200କୋଟି ଟଙ୍କାର ଅନିୟମିତତା ଅଭିଯୋଗ ହୋଇଛି ।
ନବୀନ ନିବାସ ଘେରିଲା କଂଗ୍ରେସ - ଦୁର୍ନୀତି ଅଭିଯୋଗରେ କଂଗ୍ରେସର ନବୀନ ନିବାସ ଘେରାଉ
କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକରେ ବ୍ୟାପକ ଅନିୟମିତତା ଅଭିଯୋଗ । ତଦନ୍ତ ଦାବି କରି ନବୀନ ନିବାସ ଘେରାଉ କଲେ ଶତାଧିକ କଂଗ୍ରେସକର୍ମୀ ।
ନବୀନ ନିବାସ ଘେରିଲା କଂଗ୍ରେସ
ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଆବଣ୍ଟନରେ ଦୁର୍ନୀତି, ରାସନ କାର୍ଡ ପ୍ରଦାନରେ ଅନିୟମିତତା, ସମବାୟ ସମିତିର ମହାଦୁର୍ନୀତି, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରେ ଚଞ୍ଚକତା, ମନରେଗା ଦୁର୍ନୀତି ସହ ଉନ୍ନୟନ କାର୍ଯ୍ୟରେ ମଧ୍ୟ ବ୍ୟାପକ ଜାଲିଆତି ହୋଇଛି । ତେବେ ଏ ବିଷୟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇନଥିଲା । ଯାହାର ତଦନ୍ତ ଦାବି ନେଇ ଆଜି ଆଳିରୁ ପଦଯାତ୍ରାରେ ଆସି ପଟ୍ଟାମୁଣ୍ଡାଇରେ ପହଞ୍ଚିଥିଲେ । ଏହାପରେ ଭୁବନେଶ୍ବରରେ ପହଞ୍ଚି ନବୀନ ନିବାସ ଘେରାଉ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ