ଓଡିଶା

odisha

ETV Bharat / city

ଆଜି ଆସିବ ଅଗଷ୍ଟ ଗାଇଡଲାଇନ, ସଂକ୍ରମିତ ଜିଲ୍ଲାରେ ବଢିବ ସର୍ଭିଲାନ୍ସ - ସର୍ଭିଲାନ୍ସ

ସନ୍ଧ୍ୟାରେ ଆସିବ ନୂଆ ଗାଇଡ଼ ଲାଇନ, ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠି ସର୍ଭିଲାନ୍ସକୁ ଅଧିକ ତ୍ୱରାନ୍ୱିତ କରାଯିବ ।ଅଧିକ ପଢନ୍ତୁ...

ସନ୍ଧ୍ୟାରେ ଆସିବ ଅଗଷ୍ଟ ମାସର ଗାଇଡ ଲାଇନ, ସଂକ୍ରମିତ ଜିଲ୍ଲାରେ ବଢିବ ସର୍ଭିଲାନ୍ସ
ସନ୍ଧ୍ୟାରେ ଆସିବ ଅଗଷ୍ଟ ମାସର ଗାଇଡ ଲାଇନ, ସଂକ୍ରମିତ ଜିଲ୍ଲାରେ ବଢିବ ସର୍ଭିଲାନ୍ସ

By

Published : Jul 31, 2021, 12:21 PM IST

ଭୁବନେଶ୍ବର:ଆଜି ଶେଷ ହେବ ପଞ୍ଚମ ପର୍ଯ୍ୟାୟ ଲକଡାଉନ । ରାଜ୍ୟରେ କୋରୋନା ସଂକ୍ରଣ ହ୍ରାସ ପାଉଥିବା ବେଳେ ଆଗକୁ କଣ ରହିବ ରୂପ ରେଖ । ଏନେଇ ସବୁ ଦିଗକୁ ବିଚାରକୁ ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏବଂ ଆଜି ସନ୍ଧ୍ୟାରେ ଆସିବ ଅଗଷ୍ଟ ମାସର ଗାଇଡ଼ ଲାଇନ । ଯେଉଁ ଜିଲ୍ଲା ଗୁଡିକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠି ସର୍ଭିଲାନ୍ସକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସନ୍ଧ୍ୟାରେ ଆସିବ ଅଗଷ୍ଟ ମାସର ଗାଇଡ ଲାଇନ, ସଂକ୍ରମିତ ଜିଲ୍ଲାରେ ବଢିବ ସର୍ଭିଲାନ୍ସ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦିନ ତଳ ଉପର ହେଉଛି ସଂକ୍ରମଣ ସଂଖ୍ୟା । ତେଣୁ ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ । ଭୁବନେଶ୍ବର ଖୋର୍ଦ୍ଧା ଓ ଜଗତସିଂହପୁର ଭଳି ଜିଲ୍ଲାରେ ତଳ ଉପର ହେଉଛି ସଂକ୍ରମଣ । କେରଳରେ ସଂକ୍ରମଣ ସଂଖ୍ୟା ବଢିବା ଆମ ପାଇଁ ସତର୍କ ଘଣ୍ଟି । ପ୍ରତି ପାଣ୍ଡେମିକରେ ଲହର ଆସେ ମାତ୍ର ଏହି ପାଣ୍ଡେମିକରେ ମ୍ୟୁଟାଣ୍ଟ ହେଉଥିବାରୁ ଲହର ପ୍ରଭାବ କମୁନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details