ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଲୋକେ ଏହାଦ୍ବାରା ପ୍ରଭାବିତ ହେଉଥିବା ବେଳେ ପୋଲିସର ଅପାରଗତା ଏମାନଙ୍କୁ ଅଧିକ ସାହସ ଯୋଗାଉଛି ।
ସ୍ମାର୍ଟ ସିଟିରେ ଡକାୟତି ଘଟଣା ପ୍ରତ୍ୟେକ ଦିନ ଖବର କାଗଜ ଓ ଟିଭିରେ ଦେଖିବାକୁ ମିଳିୁଛି । ତେବେ ଶୁକ୍ରବାର ରାତି 10ଟା ବେଳେ ସ୍ଥାନୀୟ ଅଶୋକ ନଗର ଅଞ୍ଚଳର ଜନପଥ ଉପରେ ଜଣେ ମହିଳାଙ୍କଠାରୁ ଚେନ ଲୁଟର ଉଦ୍ୟମ କରୁଥିବା ଏକ ଯୁବକକୁ ସ୍ଥାନୀୟ ଲୋକେ ଧରିଛନ୍ତି ।