ଓଡିଶା

odisha

ETV Bharat / city

ବିଧାନସଭା ଆଗରେ ମାଆ-ପୁଅଙ୍କ ଆତ୍ମାହୂତି ଉଦ୍ୟମ ଘଟଣା, ମାନବାଧିକାର କମିଶନକୁ ତଦନ୍ତ ନିର୍ଦ୍ଦେଶ - ଇଞ୍ଜିନିୟର ଅମୃତ ଦାସ ମୃତ୍ୟୁ ମାମଲାର ତଦନ୍ତ ଖବର

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗ୍ରାମ ଇଞ୍ଜିନିୟରଙ୍କ ହତ୍ୟା ମାମଲର ତଦନ୍ତ ଭାର ମାନବାଧିକାର କମିଶନକୁ ହସ୍ତାନ୍ତର । ଅଧିକ ପଢନ୍ତୁ...

ନ୍ୟାୟ ପାଇଁ ମାଆ ଓ ଭାଇଙ୍କ ଭିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ, ତଦନ୍ତ ପାଇଁ ମାନବାଧିକାର ଟିମକୁ ନିର୍ଦ୍ଦେଶ
ନ୍ୟାୟ ପାଇଁ ମାଆ ଓ ଭାଇଙ୍କ ଭିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ, ତଦନ୍ତ ପାଇଁ ମାନବାଧିକାର ଟିମକୁ ନିର୍ଦ୍ଦେଶ

By

Published : Dec 11, 2020, 4:35 PM IST

Updated : Dec 11, 2020, 4:44 PM IST

ଭୁବନେଶ୍ବର: ଜିଲ୍ଲା ସ୍ଥିତ କୁଜଙ୍ଗ ଗ୍ରାମ ଇଞ୍ଜିନିୟର ହତ୍ୟାକାଣ୍ଡ ଘଟଣା । ମାନବାଧିକାର କମିଶନକୁ ତଦନ୍ତ ପାଇଁ ନିର୍ଦ୍ଦେଶ । ଇଞ୍ଜିନିୟରଙ୍କ ମୃତ୍ୟୁକୁ ପୋଲିସ ଦୁର୍ଘଟଣାର ରୂପ ଦେବାପରେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ଦର୍ଶାଇ ଅଭିଯୋଗ କରିଥିଲେ । ଏମିତିକି ନ୍ୟାୟ ପାଇଁ ଚଳିତ ବର୍ଷ ବିଧାନସଭାର ଶୀତ ଅଧିବେଶନରେ ମୃତକଙ୍କ ଭାଇ ଓ ମାଆ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ ମଧ୍ୟ କରିଥିଲେ ।

ବିଧାନସଭା ଆଗରେ ମାଆ-ପୁଅଙ୍କ ଆତ୍ମାହୂତି ଉଦ୍ୟମ ଘଟଣା, ମାନବାଧିକାର କମିଶନକୁ ତଦନ୍ତ ନିର୍ଦ୍ଦେଶ

ଶେଷରେ ମାମଲାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗ୍ରାମ ଇଞ୍ଜିନିୟର ଅମୃତ ଦାସ ହତ୍ୟାକାଣ୍ଡର ଶୁଣାଣି ହୋଇଛି । ମାମଲାର ତଦନ୍ତ କରିବ ମାନବାଧିକାର କମିଶନ । ଇଞ୍ଜିନିୟର ଅମୃତଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବାବେଳେ ପୋଲିସ ଏହା ଏକ ଦୁର୍ଘଟଣା ବୋଲି କହିଥିଲା । ତେଣୁ ଦୀର୍ଘଦିନ ପରେ ପୁଅ ମୃତ୍ୟୁର କୌଣସି ସତ୍ୟତା ସାମ୍ନାକୁ ନ ଆସିବାରୁ ମାଆ ଓ ଭାଇ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ । ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଭାର ମାନବାଧିକାର ଟିମକୁ ଦିଆଯାଇଛି । ଅନ୍ୟପଟେ ଆସନ୍ତା 28 ତାରିଖରେ ଘଟଣାର ପରବର୍ତ୍ତୀ ଶୁଣାଣି କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 11, 2020, 4:44 PM IST

ABOUT THE AUTHOR

...view details