ଓଡିଶା

odisha

ETV Bharat / city

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ଏସପ୍ଲାନେଡ୍ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା, 2 କର୍ମଚାରୀ ଗିରଫ - ସାମ୍ବାଦିକାଙ୍କୁ ଆକ୍ରମଣକୁ ତୀବ୍ର ବିରୋଧ

ରାଜଧାନୀରେ ସାମ୍ବାଦିକାଙ୍କୁ ଆକ୍ରମଣକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ । ପରେ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

attack on journalist
ସାମ୍ବାଦିକା ଆକ୍ରମଣକୁ ତୀବ୍ର ବିରୋଧ

By

Published : Dec 29, 2019, 1:11 PM IST

ଭୁବନେଶ୍ବର: ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ । ଭୁବନେଶ୍ବରର ଏସପ୍ଲାନେଡ୍ ସାମ୍ନାରେ ସାମ୍ବାଦିକମାନେ ଧାରଣା ଦେବା ସହ ଆକ୍ରମଣକୁ ନିନ୍ଦା କରିଛନ୍ତି ।

ସାମ୍ବାଦିକା ଆକ୍ରମଣକୁ ତୀବ୍ର ବିରୋଧ

ପ୍ରକାଶଥାଉକି, ଶନିବାର ସନ୍ଧ୍ୟାରେ ଏସପ୍ଲାନେଡରେ ବେଆଇନ ପାର୍କିଂକୁ ନେଇ ଜଣେ ମହିଳା ସାମ୍ବାଦିକା ଖବର ସଂଗ୍ରହ କରୁଥିବାବେଳେ ଏସପ୍ଲାନେଡର କିଛି କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସୁରକ୍ଷାରେ ନିୟୋଜିତ ଥିବା କର୍ମଚାରୀ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏପରିକି ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କୁ ଗାଳିଗୁଲଜ କରିବା ସହ ଗୋଇଠା ମଧ୍ୟ ମାରିଥିଲେ । ଏହାପରେ ଦୀର୍ଘ ସମୟ ଧରି ସେମାନଙ୍କୁ ବନ୍ଦୀ କରି ରଖିଥିଲେ । ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଶେଷରେ ଏହି ମାମଲାରେ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details