ଭୁବନେଶ୍ବର: ଅଶାନ୍ତ ହେଲାଣି ରାଜଧାନୀ । ସକାଳ ହେଉ ଅବା ଦିନ ଦ୍ବିପହର କି ନିଶବ୍ଦ ରାତି , ଗଡୁଛି ମୁଣ୍ଡ ହେଉଛି ଆକ୍ରମଣ ଏବଂ ରାଜଧାନୀରେ ବଢୁଛି ଲୁଟପାଟ ପରି ଘଟଣା । ଆଜି ସକାଳ ସମୟରେ କ୍ୟାପିଟାଲ ଥାନା ୟୁନିଟ ୮ ଅଞ୍ଚଳରେ ବରିଷ୍ଠ ସାମ୍ବାଦିକ ସତ୍ୟ ସ୍ବରୁପ ଭଞ୍ଜଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।
ବରିଷ୍ଠ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ମୋବାଇଲ ଛଡାଇ ନେଲେ ଦୁର୍ବୃତ୍ତ - ମୋବାଇଲ ଲୁଟ
ରାଜଧାନୀରେ ବରିଷ୍ଠ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...
ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ମୋବାଇଲ ଛଡାଇ ନେଲେ ଦୁର୍ବୃତ୍ତ
ବରିଷ୍ଠ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ମୋବାଇଲ ଛଡାଇ ନେଲେ ଦୁର୍ବୃତ୍ତ
ଆଜି ସକାଳ ସମୟରେ ସାମ୍ବାଦିକ ସତ୍ୟ ସ୍ବରୁପ ମର୍ଣ୍ଣିଂ ଓ୍ବାକ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ମୋବାଇଲ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ସାମ୍ବାଦିକଙ୍କୁ ଏକ ରଡରେ ମରଣାନ୍ତକ ଆକ୍ରମଣ କରି ତାଙ୍କ ଫୋନ ଛଡାଇ ନେଇଥିଲେ ଦୁଇ ଦୁର୍ବୃତ୍ତ । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମ୍ବାଦିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Oct 1, 2021, 9:54 PM IST