ଓଡିଶା

odisha

ETV Bharat / city

ସରକାରଙ୍କୁ ଶିଖ ଡର ନା ଗାଦି ବଞ୍ଚାଇବାକୁ ବରିଷ୍ଠଙ୍କ ପ୍ରୟାସ - ଭୁବନେଶ୍ବର ମଧ୍ୟ ବିଧାୟକ

ରାଜଧାନୀ ଛାତି ଉପରେ ଶିଖ ବ୍ୟବସାୟୀ ପରବିନ୍ଦର ପାଲ ସିଂଙ୍କୁ ଆକ୍ରମଣ ଘଟଣା । ବିଧାୟକଙ୍କ ମାଧ୍ୟମରେ ଶିଖ ବ୍ୟବସାୟୀଙ୍କୁ ବୁଝାଇବାକୁ ହେଉଛି କି ଉଦ୍ୟମ?

ରାତି ଅଧିଆ ଭେଟିବା ବିଫଳ
ରାତି ଅଧିଆ ଭେଟିବା ବିଫଳ

By

Published : Jan 16, 2020, 6:38 PM IST

Updated : Jan 16, 2020, 11:23 PM IST

ଭୁବନେଶ୍ବର: ଶିଖ ବ୍ୟବସାୟୀଙ୍କୁ ଆକ୍ରମଣ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଘଟଣା ଧୀରେ ଧୀରେ ଅଧିକ ସଂଗୀନ ହେବାରେ ଲାଗିଛି । ପଞ୍ଜାବ ଶିରୋମଣୀ ଅକାଳି ଦଳର ତୁଙ୍ଗ ନେତାମାନେ ଟୁଇଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ପୁରୀରେ ମଙ୍ଗୁମଠ ଭଙ୍ଗିବା ଓ ଏହାର ବିରୋଧ କରାଯାଇଥିବାରୁ ଏଭଳି ଆକ୍ରମଣ ହୋଇଥିବା ସେମାନେ ଆଶଙ୍କା କରିଛନ୍ତି ।

ସକାଳୁ ସାକ୍ଷାତ କରି ସମବେଦନା ଜଣାଇଲେ ବିଧାୟକ

ଏହି ଘଟଣାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସରକାରୀ ଦଳର ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟରାତ୍ରିରେ ବ୍ୟବସାୟୀ ପରବିନ୍ଦର ପାଲ ସିଂଙ୍କ ଘରକୁ ଯାଇଥିଲେ । ତାଙ୍କ ସହ ଆଉ 3ଜଣ ମଧ୍ୟ ଯାଇଥିବା ସିସିଟିଭି ଭିଡିଓ ଏବେ ଭାଇରାଲ ହୋଇଛି । ତେବେ ବିଧାୟକ କାହିଁକି ରାତି ଅଧିଆ ବ୍ୟବସାୟୀଙ୍କ ଘରକୁ ଯାଇଥିଲେ ତାହାକୁ ନେଇ ଏବେ ସବୁଠି ଉଠୁଛି ପ୍ରଶ୍ନ ? ଅଭିଯୁକ୍ତ ମାନେ ଜାମିନ ପାଇସାରିଥିବାରୁ ବ୍ୟବସାୟୀ ପରବିନ୍ଦରଙ୍କୁ ବୁଝାଇବାକୁ ସରକାର ଉଦ୍ୟମ କରୁଛନ୍ତି ନା ଆଉ କଣ ରହିଛି କାରଣ ?


ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟରାତ୍ରିରେ ପରବିନ୍ଦରଙ୍କ ପରିବାରକୁ ସାକ୍ଷାତ କରିବାରେ ବିଫଳ ହେବାପରେ ସକାଳୁ ଯାଇ ସାକ୍ଷାତ କରିଥିବା ଜଣାପଡିଛି । ବିଧାୟକ ସମସ୍ତ ପ୍ରକାରର ସୁରକ୍ଷା ଓ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ତେବେ ଏସଂପର୍କରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ପରବିନ୍ଦ ପାଲ ସିଂକୁ ସାକ୍ଷାତ କରିଛନ୍ତି ।



ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 16, 2020, 11:23 PM IST

ABOUT THE AUTHOR

...view details