ଓଡିଶା

odisha

ETV Bharat / city

ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣା, ପାଟ୍ରୋଲିଂ କରୁଛି ବ୍ଲାକ କମାଣ୍ଡୋ - Black Commando patrolling in master canteen area

ଭୁବନେଶ୍ବର ଷ୍ଟେସନ ଅଞ୍ଚଳରେ ଉତ୍ତେଜନା ଏଡାଇବାକୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ପାଟ୍ରୋଲିଂ ।ଅଧିକ ପଢନ୍ତୁ...

ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣା, ପାଟ୍ରୋଲିଂ କରୁଛି ବ୍ଲାକ କମାଣ୍ଡୋ
ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣା, ପାଟ୍ରୋଲିଂ କରୁଛି ବ୍ଲାକ କମାଣ୍ଡୋ

By

Published : Jul 27, 2021, 7:26 PM IST

ଭୁବନେଶ୍ବର:ମାଷ୍ଟରକ୍ୟାଣ୍ଟିନ ଆତଙ୍କରାଜ ଘଟଣାରେ ଆଜି (ମଙ୍ଗଳବାର) ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏହା ସହିତ ମାଷ୍ଟରକ୍ୟାଣ୍ଟିନରୁ ଜବରଦଖଲ ହଟାଇବା ସହିତ ଦୁର୍ବୃତ୍ତଙ୍କ ଦୋକାନକୁ ଭାଙ୍ଗିଛି କମିଶନରେଟ ପୋଲିସ । ତେବେ ଷ୍ଟେସନ ଅଞ୍ଚଳରେ ଅପ୍ରୀତିକର ସ୍ଥିତିକୁ ଏଡାଇବା ପାଇଁ ବ୍ଲାକ କମାଣ୍ଡୋଙ୍କ ସହାୟତା ନେଇ ପାଟ୍ରୋଲିଂ ଜାରି ରଖିଛି କମିସନରେଟ ପୋଲିସ ।

ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣା, ପାଟ୍ରୋଲିଂ କରୁଛି ବ୍ଲାକ କମାଣ୍ଡୋ

ସୋମବାର ମାଷ୍ଟରକ୍ୟାଣ୍ଟିନ ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସର କଡ଼ା ପଇଁତରା ମାରିଛି । ସ୍ବତନ୍ତ୍ର ସୁରକ୍ଷା କର୍ମଚାରୀ କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ ସହ ବୁଲିବାରେ ଲାଗିଛି ପୋଲିସ ଭ୍ୟାନ । ମାଷ୍ଟରକ୍ୟାଣ୍ଟିନ ନିକଟ ଉତ୍ତେଜନା ସ୍ଥଳ ସହ ୟୁନିଟ ୩ ମାଳିସାହି ଓ ଶ୍ରୀୟା ସ୍କୋୟାର ଦେଇ ଡାଳିକିଆ ବସ୍ତି ଆଦି ଅଞ୍ଚଳରେ ବୁଲୁଛି ଏହି ସ୍ବତନ୍ତ୍ର ପୋଲିସ ଟିମ୍ ।

ସେପଟେ ଜୋନାଲ ଏସିପିଙ୍କ ସହ ସ୍ଥାନୀୟ ଥାନାଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଏବେବି ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭୟକୁ ଦୂର କରିବା ସହ ଅପରାଧି ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଉଦ୍ୟମ MASS ପାଟ୍ରୋଲିଂ ଚଳାଇଛି କମିଶନରେଟ ପୋଲିସ । ଏବଂ ତା ସହିତ ଉତ୍ତେଜନା ସ୍ଥଳରେ ପୋଲିସ ଅଧିକାରୀଙ୍କ ଦ୍ବାରା ପହରା ମାରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details