ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ 97ତମ ଜନ୍ମଜୟନ୍ତୀକୁ ସାରା ଦେଶ ସୁଶାସନ ଦିବସ ଭାବେ ପାଳୁଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କଲା ରାଜ୍ୟ ବିଜେପି ।
ରାଜ୍ୟ ବିଜେପି ଅଧ୍ୟକ୍ଷ ସମୀର ମହାନ୍ତି ବରିଷ୍ଠ ସଂଗଠକ ଶରତ ଚନ୍ଦ୍ର ବେହେରାଙ୍କୁ ଅଟଳ ସମ୍ମାନ 2021ରେ ସମ୍ମାନିତ କରିଛନ୍ତି । ସେହିପରି ବିଶିଷ୍ଟ ରାଷ୍ଟ୍ରବାଦୀ କବି ଡ଼ ନାରାୟଣ ପଣ୍ଡାଙ୍କୁ ଅଟଳ କବିତା ସମ୍ମାନ 2021,ଏବଂ ଖ୍ୟାତିସମ୍ପନ୍ନ ସମାଜସେବୀ ଲକ୍ଷ୍ମଣ ମହାନ୍ତିଙ୍କୁ ଅଟଳ ସମାଜସେବୀ ସମ୍ମାନ 2021ରେ ସମ୍ମାନିତ କରିଛି ଦଳ ।