ଓଡିଶା

odisha

ETV Bharat / city

ବଢୁଛି ଲୋକପ୍ରିୟତା, CMO Odishaକୁ ଫଲୋ କରୁଛନ୍ତି 10 ଲକ୍ଷ - ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

CMO Odisha ଟ୍ବିଟର ପେଜ ଫଲୋଅର୍ସ ସଂଖ୍ୟା ଛୁଇଁଲା ୧୦ ଲକ୍ଷ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଭଲପାଇବା ଓ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

@CMO_Odisha cross 1million followers in twitter
Twitterରେ @CMO_Odisha ଡେଇଁଲା ୧ Million ଫୋଲଅର୍ସ

By

Published : Aug 27, 2021, 9:08 PM IST

Updated : Aug 27, 2021, 9:26 PM IST

ଭୁବନେଶ୍ବର:ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । କେତେବେଳେ ନବୀନ ଟ୍ରେଣ୍ଡ କରୁଛି ତ କେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଛି ସାମାଜିକ ଗଣମାଧ୍ୟମର ପ୍ରଂଶସା । ଏଭଳି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ CMO Odisha ଟ୍ବିଟର ପେଜକୁ ୧୦ ଲକ୍ଷ ଲୋକେ ଫଲୋ କରୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଭଲପାଇବା ଓ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯୁଗରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି ଡିଜିଟାଲ ମିଡିଆ । ପ୍ରତିକ୍ଷେତ୍ରରେ ଲୋକଙ୍କ ଆବଶ୍ୟକତା ପଡୁଛି ଡିଜିଟାଲ ମିଡିଆ । ଏଭଳି କ୍ଷେତ୍ରରେ ଟ୍ବିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଗରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନିରବତା ତଥା ନିଜର ନିଆରା ବ୍ୟକ୍ତିତ୍ବ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କଥା କମ କାମ ବେଶୀ ଅନ୍ଦାଜରେ ନବୀନ ସାରା ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କ ଫଲୋଅର୍ସ ମଧ୍ୟ ବଢିବାରେ ଲାଗିଛି ।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟରେ ସଫଳତା ହେଉ ଅବା କୋରୋନା ମହାମାରୀ ଲଢେଇରେ ଦେଶବାସୀଙ୍କୁ ଅମ୍ଲଜାନ ଯୋଗାଇବାରେ ବେଶ ଗରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେହିପରି ଉଭୟ ଭାରତୀୟ ହକି ମହିଳା ଓ ପୁରୁଷ ଦଳକୁ ସ୍ପନସର କରି ଅଲମ୍ପିକରେ ଦୀର୍ଘ ୪୧ ବର୍ଷ ପରେ ପଦକ ହାସଲ ସ୍ବପ୍ନ ସାକାର ହୋଇଛି । ଯାହା ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବକୁ ପ୍ରତିପାଦନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2021, 9:26 PM IST

ABOUT THE AUTHOR

...view details