ଓଡିଶା

odisha

ETV Bharat / city

OPSC-2019 ରେଜଲ୍ଟ ଘୋଷଣା; ଅଶ୍ବିନୀ କୁମାର ପଣ୍ଡା ଟପ୍ପର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓପିଏସସି(OPSC) ପକ୍ଷରୁ 2019 ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । OPSC-2019ରେ ଟପ୍ପର ହୋଇଛନ୍ତି ଅଶ୍ବିନୀ କୁମାର ପଣ୍ଡା । ଅଧିକ ପଢନ୍ତୁ...

OPSC-2019 ରେଜଲ୍ଟ ଘୋଷଣା, ଅଶ୍ବିନୀ କୁମାର ପଣ୍ଡା ଟପ୍ପର
OPSC-2019 ରେଜଲ୍ଟ ଘୋଷଣା, ଅଶ୍ବିନୀ କୁମାର ପଣ୍ଡା ଟପ୍ପର

By

Published : Oct 8, 2021, 6:23 PM IST

Updated : Oct 8, 2021, 8:54 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ଓଡିଶା ସିଭିଲ ସର୍ଭିସ 2019ର ଫାଇନାଲ ରେଜଲ୍ଟ । ଓପିଏସସି(OPSC) ପକ୍ଷରୁ ଫଳାଫଳ ଘୋଷଣା କରାଯାଇଛି । OPSC-2019ରେ ଟପ୍ପର ହୋଇଛନ୍ତି ଅଶ୍ବିନୀ କୁମାର ପଣ୍ଡା । ବିଭିନ୍ନ ବର୍ଗର ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ଏପଟେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଙ୍କୁର ଅଭିଳାଷ ଏବଂ ତୃତୀୟ ସ୍ଥାନ ସହ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ରଶ୍ମୀରେଖା ପାତ୍ର । ଓପିଏସସିର ସୂଚନା ଅନୁଯାଇ, ଓଡ଼ିଶା ପ୍ରଶାସନିକ ସେବା(OAS) ପରୀକ୍ଷା-୨୦୧୯ରS ମୋଟ ୧୫୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୫୩ଜଣ ମହିଳା ପରୀକ୍ଷାରେ ହୋଇଛନ୍ତି ଉତ୍ତୀର୍ଣ୍ଣ । ପ୍ରଥମ ୧୦ଜଣଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କ ପ୍ରତିଟି ପଦକ୍ଷେପରେ ଲୋକଙ୍କ ସେବା ଓ ଉନ୍ନତି, ସର୍ବଦା ପ୍ରାଥମିକତା ରହୁ କହିବା ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Last Updated : Oct 8, 2021, 8:54 PM IST

ABOUT THE AUTHOR

...view details