ଭୁବନେଶ୍ବର: କୋଭିଡ଼ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ । SCB ମେଡିକାଲ କଲେଜର ଛାତି ବିଶେଷଜ୍ଞ ଡ଼ଃ ଜ୍ୟୋତି ପଟ୍ଟନାୟକଙ୍କ ସୂଚନା । ଏବେବି ରାଜ୍ୟରେ ଦ୍ୱିତୀୟ ଲହରର ପ୍ରଭାବ ରହିଛି । ତୃତୀୟ ଲହରିରେ ତଣ୍ଟି କାଟିବା ସହ ଛିଙ୍କ, କାଶ ମଧ୍ୟ ହେଉଛି । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହି ଚିକିତ୍ସା ହୁଅନ୍ତୁ । ଓମିକ୍ରନର ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଆସିପାରେ ।
ତୃତୀୟ ଲହରରେ ତଣ୍ଟି କାଟିବା, ଛିଙ୍କ ହେବା ସହ କାଶ ହେଉଥିବାର ଦେଖାଯାଉଛି । ବର୍ତ୍ତମାନ ଏହି ଲହରରେ ଡେଲ୍ଟା ଭାରିଅଣ୍ଟ ରହିଛି । ଶରୀରରେ ଅକ୍ସିଜେନ 93 ତଳକୁ ରହୁଛି ସେମାନଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଉଛି । ଯେଉଁମାନଙ୍କର ଅଧିକ ଅକ୍ସିଜେନ ରହିଥିଲା ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଏବେଯାଏଁ ଦେଖାଯାଇଛି ଯେ, ଓମିକ୍ରନ ଭ୍ୟାରିଏଣ୍ଟ ତଣ୍ଟି ପର୍ଯ୍ୟନ୍ତ ରହୁଛି, ଏହା ଛାତି ପର୍ଯ୍ୟନ୍ତ ଯାଇନାହିଁ ।
ଯେଉଁ ମାନଙ୍କର ଛାତି ରୋଗ ରହିଛି ସେମାନଙ୍କର ଅନେକ ସମସ୍ୟା ହୋଇଥାଏ । ଯେଉଁ ରୋଗୀଙ୍କୁ ସଂକ୍ରମଣ ନେଇ ଭୟ ଡର ରହୁଛି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସୁଗାର କିଡ଼ନୀ ଏବଂ ରକ୍ତ ପରୀକ୍ଷା କରାଯାଉଛି । ଅଯଥା ଟେଷ୍ଟ ନକରି ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ବୋଲି କହିଛନ୍ତି ବିଶେଷଜ୍ଞ । ଏହି ଲହରରେ ଚିକିତ୍ସା ପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇନାହିଁ । ସାଧାରଣ ମେଡ଼ିସିନ ନେଉଛନ୍ତି ରୋଗୀ । ପୂର୍ବରୁ ଯାହା ଚିକିତ୍ସା ଥିଲା ସେହି ମେଡିସିନ ଦିଆଯାଉଛି ରୋଗୀଙ୍କୁ ।