ଭୁବନେଶ୍ବର:ଭୁବନେଶ୍ୱର ବାଣୀବିହାର ରେଳ ଲାଇନରୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତିଙ୍କ ନାମ ସମୀର କୁମାର ମିଶ୍ର ହୋଇଥିବା ବେଳେ ସେ ଏକ ସିମେଣ୍ଟ କମ୍ପାନିର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ତେବେ ୩୦ବର୍ଷୀୟ ମୃତ ସମୀର ମିଶ୍ରଙ୍କ ଘର ବ୍ରହ୍ମପୁରର ନୂଆ ବସଷ୍ଟେଣ୍ଟ ନିକଟର ବୋଲି ସୂଚନା ରହିଛି । ସେ ବମିଖାଲ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ରହୁଥିବା ବେଳେ ଅଲଟ୍ରାଟେକ ସିମେଣ୍ଟରେ ଏରିଆ ମ୍ୟାନେଜର ଭାବେ କାମ କରୁଥିଲେ ।
ଗତକାଲି(ରବିବାର) ରେଳଟ୍ରାକରୁ ସମୀରଙ୍କ ମୃତଦେହ ମିଳିଥିବା ବେଳେ ସୁଇସାଇଟ ନୋଟ ଜବତ ହୋଇଛି । ସୁଇସାଇଡ ନୋଟରେ ମୃତ୍ୟୁ ପାଇଁ ଘର ମାଲିକ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ କରିଛନ୍ତି ସମୀର । ଉଭୟଙ୍କ ଅତ୍ୟାଚାରରେ ସମୀର ମାନସିକ ଭାରସାମ୍ୟ ହରାଇ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।