ଭୁବନେଶ୍ବର: ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ନଭେମ୍ବର 13 ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନଭେମ୍ବର 13ରୁ ବିଧାନସଭା ଶୀତ ଅଧିବେଶନ - Assembly winter session
ଆସନ୍ତା ନଭେମ୍ବର 13 ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ହିଁ 2019-20 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ ।
![ନଭେମ୍ବର 13ରୁ ବିଧାନସଭା ଶୀତ ଅଧିବେଶନ](https://etvbharatimages.akamaized.net/etvbharat/prod-images/768-512-4859444-thumbnail-3x2-assembly.jpg)
ନଭେମ୍ବର 13ରୁ ବିଧାନସଭାର ଶୀତ ଅଧିବେଶନ
ଅଧିବେଶନର ପ୍ରଥମ ଦିନରେ ହିଁ 2019-20 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ । ତେବେ ଆସନ୍ତା 17 ତାରିଖରୁ ଅତିରିକ୍ତ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ । ନଭେମ୍ବର 25 ତାରିଖରେ ଅତିରିକ୍ତ ଖର୍ଚ୍ଚଦାବି ଉପରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ । ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 30ଟି କାର୍ଯ୍ୟଦିବସ ରହିଛି । ତେବେ 30ଟି କାର୍ଯ୍ୟଦିବସ ମଧ୍ୟରୁ 25ଟି ସରକାରୀ ଓ 5ଟି ବେସରକାରୀ କାର୍ଯ୍ୟଦିବସ ରହିଛି ।
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ