ଭୁବନେଶ୍ବର: ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଣୀଲାଲଙ୍କ ପତ୍ନୀ ସୁଶିଲା ଦେବୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବ ଆଗତ ପରେ ଏହାକୁ ବିରୋଧି ଦଳ ନେତା ଓ ଅନ୍ୟ ନେତା ସମର୍ଥନ କରିଥିଲେ । ଗୃହରେ 2 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ରାଜ୍ୟପାଳଙ୍କ ପତ୍ନୀ ବିୟୋଗରେ 3ଟା ଯାଏଁ ଗୃହ ମୁଲତବୀ - ଗୃହ 3ଟା ଯାଏଁ ମୁଲତବୀ
ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ । ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ....
ରାଜ୍ୟପାଳଙ୍କ ପତ୍ନୀ ବିୟୋଗରେ ଗୃହ 3ଟା ଯାଏଁ ମୁଲତବୀ
ରାଜ୍ୟପାଳଙ୍କ ପତ୍ନୀ ସୁଶିଳା ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନାର୍ଥେ ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା । ପ୍ରଥମଥର ପାଇଁ ଜଣେ ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Nov 23, 2020, 12:08 PM IST