ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନରେ (Assembly winter Session) ଗୃହକୁ ଚଳାଇ ନଦେବା ଯୋଗୁଁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଗଣ ଶିକ୍ଷାନ୍ତ୍ରୀ ସମୀର ରଞ୍ଜନ ଦାସ (Minister Samir Ranjan Das) । ତିନି ଦିନ ହେଲା ଗୃହ ଚଳାଇ ଦେଉନାହାଁନ୍ତି ବିରୋଧୀ ଦଳ ଏବଂ ବିଧାନସଭାର ଗାରିମାକୁ କ୍ଷୁର୍ଣ୍ଣ କରୁଛନ୍ତି।
ମମିତା ମେହେର ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ଗୃହକ ହୁଲସ୍ତୁଲ କରୁଛନ୍ତି । ଶୀତକାଳୀନ ଅଧିବେଶନର ତିନି ଦିନ ହେଲାଣି କିନ୍ତୁ ଗୃହ ସ୍ବାଭାବିକ ଭାବରେ ଚାଲି ପାରୁନି । ଏହାକୁ ନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ବିରୋଧୀ ଦଳ ବିଧାନସଭାର ଗାରିମାକୁ କ୍ଷୁର୍ଣ୍ଣ କରୁଛନ୍ତି । ବିରୋଧୀ ଦଳ ମାନେ ବିଚଳିତ ଅଛନ୍ତି । ନା ଆଗକୁ ବଢି ପାରୁଛନ୍ତି ନା ପଛକୁ ଫେରି ପାରୁଛନ୍ତି। ରାଜ୍ୟ ସରକାର ହାଇକୋର୍ଟର ଜଣେ ବିଚାରପତିଙ୍କୁ ମମିତା ହତ୍ୟାକାଣ୍ଡ ର ତଦନ୍ତ ଭାର ଦାୟିତ୍ବ ଦେଇଛନ୍ତି। ସବୁ ସତ୍ତ୍ବେ ମଧ୍ୟ ବିରୋଧୀ ଦଳ ଏଭଳି ଆଚରଣ ଠିକ ନୁହେଁ। ଓଡିଶାବାସୀ ଦେଖୁଛନ୍ତି ଚର୍ଚ୍ଚା ବି ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।