ଭୁବନେଶ୍ବର: ବିରୋଧୀ ଯାହା ପ୍ରସଙ୍ଗ ଉଠାଇବେ ସରକାରୀ ଦଳ ତାର ଉତ୍ତର ଦେବାକୁ ପ୍ରସ୍ତୁତ । ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ଏବଂ ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଉପସ୍ଥାପିତ ହେବ । ବିଧାନସଭାରେ ଗଠନମୂଳକ ଆଲୋଚନା ହେଉ । ଆଜି ବିଜେଡି ବିଧାୟକ ଦଳ ବୈଠକ ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସରକାରୀ ଦଳ ନିଜର ରଣନୀତି ନିର୍ଦ୍ଧାରଣ କରିବାକୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ନବୀନ ବିଧାୟକ ମାନଙ୍କୁ ଗୃହରେ ଉପସ୍ଥିତି ରହି ସବୁ ଆଲୋଚନାରେ ଭାଗ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ବିଜେପି ବିଧାୟକ ଦଳର ବୈଠକ ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମସ୍ତ ବିଧାୟକଙ୍କ ସମେତ ଦଳର ସାଧାରଣ ସଂପାଦକ ମାନସ ମହାନ୍ତି ଯୋଗଦେଇଥିଲେ ।