ଓଡିଶା

odisha

ETV Bharat / city

ବିଧାନସଭାରେ ପୁଣି ଉଠିଲା ହାଜତ ମୃତ୍ୟୁ ଘଟଣା, ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଗୃହରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ। ମୁଲତବୀ ଆଲୋଚନା ବେଳେ ଏ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଅଧିକ ପଢନ୍ତୁ...

ବିଧାନସଭାରେ ପୁଣି ଉଠିଲା ହାଜତ ମୃତ୍ୟୁ ଘଟଣା
ବିଧାନସଭାରେ ପୁଣି ଉଠିଲା ହାଜତ ମୃତ୍ୟୁ ଘଟଣା

By

Published : Nov 24, 2020, 12:27 PM IST

ଭୁବନେଶ୍ବର: ଗୃହରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ। ମୁଲତବୀ ଆଲୋଚନା ବେଳେ ଏ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି ।

ପୁରୀରେ କେ. ରମେଶକୁ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇଥିଲା ଫଳରେ ରମେଶଙ୍କ ମୃତ୍ୟୁ ହୋଇଥିଲା । ବାପା-ମାଙ୍କ ଅନୁପସ୍ଥିତିରେ ଅନ୍ତିମ ସଂସ୍କାର କରାଗଲା। ଅନ୍ୟପକ୍ଷେ ସୁନ୍ଦରଗଡରେ ମଧ୍ୟ ହାଜତ ମୃତ୍ୟୁ ହୋଇଛି। ଏଠି ବ୍ରିଟିଶ ଯୁଗ ଚାଲିଛି ବୋଲି ବିରୋଧି ଅଭିଯୋଗ କରିଛନ୍ତି ।

ଏହାସହ ସିଟିଂ ଜଜ ଦ୍ୱାରା ଘଟଣା ର ନ୍ୟାୟିକ ତଦନ୍ତ ହେଉ ବୋଲି ଦାବି ରଖିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଏହାସହ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details