ଭୁବନେଶ୍ବର: ଅପରାହ୍ନ ୪ଟାରେ ଗୃହକାର୍ଯ୍ୟ ପୁନଃ ଆରମ୍ଭ ହୋଇଥିଲା । ତେବେ ପୁନଃ ବିରୋଧୀ ଗୃହରେ ହଟ୍ଟଗୋଳ ଆରମ୍ଭ କରି ଦେଇଛନ୍ତି । ଉପବାଚସ୍ପତ୍ତି ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ମଧ୍ୟରେ ହିଁ ଗୃହ କାର୍ଯ୍ୟ ଆରମ୍ଭ କରାଯାଇଛି ।
ସ୍ବଳ୍ପକାଳୀନ ବିଧାନସଭା ଅଧିବେଶନ ସତ୍ତ୍ବେ ଗୃହକୁ ସ୍ବାଭାବିକ ଭାବେ ପରିଚାଳନା କରିବାକୁ ବିରୋଧୀ ଇଚ୍ଛୁକ ନଥିବା ମନେ ହେଉଛି । ରାଜନୈତିକ ଲଢେଇ ପାଇଁ ପୂର୍ବରୁ ଗୋଟିଏ ଦିନ ସମ୍ପୂର୍ଣ୍ଣ ଅଚଳ ହୋଇଥିବା ଗୃହ, ଆଜି ପୁଣି ସେହି ସ୍ଥିତିକୁ ଆସିଛି । ଆଜି(ବୁଧବାର) ପ୍ରଥମେ ଏକ ଘଣ୍ଟା ଗୃହରେ ଆଲୋଚନା ହୋଇଥିଲା । ଏହାପରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ରଖାଯାଇଥିଲା ।