ଭୁବନେଶ୍ବର: ବିଧାନସଭା ଗୋଟିଏ ଦିନ ପାଇଁ ସଟଡାଉନ ଘୋଷଣା ହୋଇଛି । ବିଧାନସଭାର କର୍ମଚାରୀଙ୍କ ମାଆ କୋରୋନା ପଜେଟିଭ୍ ବାହାରିବା ପରେ ସଟଡାଉନ ଘୋଷଣା ହୋଇଛି । ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହ ଶନିବାର ଓ ରବିବାର ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ମଧ୍ୟ ସଟଡାଉନ ରହିବ ବିଧାନସଭା ।
ଗୋଟିଏ ଦିନ ପାଇଁ ବିଧାନସଭା ସଟଡାଉନ - ବିଧାନସଭା ସଟଡାଉନ
ଗୋଟିଏ ଦିନ ପାଇଁ ବିଧାନସଭା ସଟଡାଉନ । ବିଧାନସଭାର କର୍ମଚାରୀଙ୍କ ମାଆ କୋରୋନା ପଜେଟିଭ୍ ବାହାରିବା ପରେ ନିଆଯାଇଛି ଏପରି ନିଷ୍ପତି । ଅଧିକ ପଢନ୍ତୁ....
ଗୋଟିଏ ଦିନ ପାଇଁ ବିଧାନସଭା ସଟଡାଉନ
ସୋମବାର ଦିନ ବାଚସ୍ପତି ସଟଡାଉନ୍ ଅବଧି ବଢାଇବେ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ। ସୂଚନା ଅନୁସାରେ ପୂର୍ବରୁ ଜଣେ ବିଧାୟକ କୋରୋନା ପଜେଟିଭ ଚିହ୍ନଟ ପରେ ବିଧାନସଭାର ସମସ୍ତ କମିଟିକୁ ମଧ୍ୟ ବାତିଲ୍ କରାଯାଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ