ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ପାଇଁ ଲୋକସେବା ଭବନରେ ବସିବାକୁ ଯାଉଛି ବିଧାନସଭା। ଲୋକସେବା ଭବନର ନୂତନ ଅଭ୍ୟର୍ଥନା କକ୍ଷରେ ଆସନ୍ତା 30 ତାରିଖ ବସିବ ବିଧାନସଭା ଅଧିବେଶନ। ବ୍ୟୟମଞ୍ଜୁରୀ ବିଲ ନେଇ ଏହି ଅଧିବେଶନ ବସିବ। ବିଧାନସଭାର କର୍ମଚାରୀ କୋରୋନା ଆକ୍ରାନ୍ତ ରୋଗୀ ସଂସ୍ପର୍ଷରେ ଆସିବା ନେଇ ଜଣାପଡିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
ପ୍ରଥମ ଥର ପାଇଁ ଲୋକସେବା ଭବନରେ ବସିବ ବିଧାନସଭା - ଲୋକସେବା ଭବନ
12:12 March 27
ପ୍ରଥମ ଥର ପାଇଁ ଲୋକସେବା ଭବନରେ ବସିବ ବିଧାନସଭା
ବିଧାନସଭାକୁ ଶୋଧନ କରିବା ସହ ସମସ୍ତ ବିଧାନସଭା କର୍ମଚାରୀ କ୍ବାରେଣ୍ଟାଇନରେ ରହିବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭା କାର୍ଯ୍ୟସୂଚୀ ମାର୍ଚ୍ଚ 31 ପରିବର୍ତ୍ତେ 30ରେ ବ୍ୟୟ ମଞ୍ଜୁରୀ ବିଲ ଆସିଥାନ୍ତା। ହେଲେ ଗୁରୁବାର ରାତିରେ ବିଧାନସଭାର ଜଣେ କର୍ମଚାରୀ ରାଜ୍ୟର ତୃତୀୟ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ଜଣାପଡିଥିଲା । ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାସହ ସହ ବିଧାନସଭା ବିଲ୍ଡିଂକୁ ସାନିଟାଇଜ କରିବାର ଆବଶ୍ୟକତା ଥିବା କହିଛନ୍ତି ବାଚସ୍ପତି ।
। ଯେହେତୁ ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ ତଣେୁ ସବୁ ଦଳର ନେତାଙ୍କୁ ନିଜ ଦଳର 30 ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବାକୁ ଅନୁରୋଧ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ । ବିଧାୟକମାନଙ୍କୁ ନ ଅଟକାଇବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ