ଓଡିଶା

odisha

ETV Bharat / city

ଓଡ଼ିଶାରେ ଫଳୁଛି, ବାହାରକୁ ଯାଉଛି - ଲିଚୁ ଚାଷ ନେଇ ଗୃହରେ ତଥ୍ୟ

ରାଜ୍ୟରେ ଲିଚୁ ଚାଷ ନେଇ ତଥ୍ୟ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସତ୍ୟବାଦୀ ନାରିକେଳ ଫାର୍ମକୁ ଆଦର୍ଶ ଫାର୍ମ କରାଯିବା ସହ ରାଜ୍ୟରେ ଲିଚୁ ଗବେଷଣା କେନ୍ଦ୍ର କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ...

assembly-question-hour
assembly-question-hour

By

Published : Feb 19, 2020, 1:55 PM IST

ଭୁବନେଶ୍ବର: ରାଜ୍ୟରେ 4477 ହେକ୍ଟର ଜମିରେ ଲିଚୁ ଚାଷ କରାଯାଉଛି। ରାଉରକେଲା, ସମ୍ବଲପୁର ଆଦି ସ୍ଥାନରୁ 20431 ମେଟ୍ରିକ ଟନ ଲିଚୁ ଉତ୍ପାଦିତ ହୋଇଛି। କିନ୍ତୁ ବାହାର ରାଜ୍ୟକୁ ରପ୍ତାନୀ ହେବା ସହ ପଶ୍ଚିମବଙ୍ଗରୁ ମଧ୍ୟ ଅଣାଯାଉଥିବା ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ଓଡ଼ିଶାରେ ଫଳୁଛି, ବାହାରକୁ ଯାଉଛି

ସେହିପରି ଚାଷୀଙ୍କୁ ପ୍ରଶିକ୍ଷଣ ପାଇଁ ବାହାର ରାଜ୍ୟକୁ ପଠାଯାଉଛି। ଓଡ଼ିଶାରେ ଲିଚୁ ଗବେଷଣା କେନ୍ଦ୍ର କରିବାକୁ ଅନୁଧ୍ୟାନ କରାଯିବାକୁ ଯୋଜନା ରହିଥିବାବେଳେ 140 ଏକର ଜମିରେ ହୋଇଥିବା ସତ୍ୟବାଦୀ ନାରିକେଳ ଫାର୍ମକୁ ଆଦର୍ଶ ଫାର୍ମ କରାଯିବ।

ସତ୍ୟବାଦୀ ନାରିକେଳ ଫାର୍ମ ହେବା ଦ୍ବାରା ହେରିଟେଜ କରିଡର ପୁରୀକୁ ଯାଉଥିବା ଲୋକ ସେଠାକୁ ଯାଇପାରିବେ। ଏଥିସହ ଚାଷୀ ବି ନଡ଼ିଆ ଚାଷ ପାଇଁ ଅନୁପ୍ରାଣିତ ହେବେ। ଏଥିପାଇଁ ଉଭୟ କୃଷି ଓ ଉଦ୍ୟାନ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆସାରିଥିବା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details