ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନରେ ଜାରି ରହିଛି ସ୍ମିତାରାଣୀ ଝଡ । ଶନିବାର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧି ବିଜେପି ବିଧାୟକ ନିଜ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ବେ ସେମାନେ ଗୃହକାର୍ଯ୍ୟରେ ସହଯୋଗ କରିନଥିଲେ।
ବିଧାନସଭା ପ୍ରଶ୍ନକାଳ ବର୍ଜନ କଲା ବିଜେପି - ଗୃହ ତ୍ୟାଗ
ଆଜି ବି ବିଧାନସଭାରେ ବିଜେପି ବିଧାୟକ ନୀରବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ କରି ଗୃହ ତ୍ୟାଗ କରିଛନ୍ତି ବିରୋଧି ବିଧାୟକ।
ବିଧାନସଭା ପ୍ରଶ୍ନକାଳ ବର୍ଜନ କଲା ବିଜେପି
ଗତକାଲି ଭଳି ଆଜି ମଧ୍ୟ ବେକରେ କଲା ଗାମୁଛା ଓ ମୁହଁରେ କଳା ପଟି ବାନ୍ଧି ଗୃହକୁ ଆସିଥିଲେ। ପରେ ବାଚସ୍ପତିଙ୍କ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକ ଗୃହ ପରିତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣାରେ ବସିଛନ୍ତି।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ