ଭୁବନେଶ୍ବର: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ (Brajrajnagar mla Kishor Mohanty passes away) ଆବର୍ତ୍ତମାନରେ ରାଜ୍ୟ ଦେଖିବାକୁ ଯାଉଛି ଆଉ ଏକ ଉପନିର୍ବାଚନ । ଏ ନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବିଧାନସଭା ପକ୍ଷରୁ ବିଜ୍ଞପ୍ତି (Assembly Notification) ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର (Odisha assembly speaker Suryanarayan Patro) ।
କିଶୋର ମହାନ୍ତିଙ୍କ ଦେହାନ୍ତ ବାବଦରେ EC ଓ CEOଙ୍କୁ ଅବଗତ କଲେ ବାଚସ୍ପତି କିଶୋର ମହାନ୍ତିଙ୍କ ଦେହାନ୍ତ ବାବଦରେ EC ଓ CEOଙ୍କୁ ଅବଗତ କଲେ ବାଚସ୍ପତି ବାଚସ୍ପତି କହିଛନ୍ତି ଯେ, ନିୟମ ଅନୁସାରେ ଜିଲ୍ଲାପାଳ ବିଧାନସଭାର ବାଚସ୍ପତିଙ୍କୁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ବାବଦରେ ଅବଗତ କରାଇଛନ୍ତି । ଏହା ପରେ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କିଶୋର ମହାନ୍ତିଙ୍କ ଦେହାନ୍ତ ବାବଦରେ ଅବଗତ କରାଇଛନ୍ତି ବିଧାନସଭା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଏ ନେଇ ସୂଚନା ଦିଆଯାଇଛି । ନିୟମ ଅନୁସାରେ କୌଣସି ବିଧାୟକଙ୍କ ଦେହାନ୍ତ ହେଲେ 6 ମାସ ମଧ୍ୟରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।
କିଶୋର ମହାନ୍ତିଙ୍କ ଦେହାନ୍ତ ବାବଦରେ EC ଓ CEOଙ୍କୁ ଅବଗତ କଲେ ବାଚସ୍ପତି ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରୀୟ ସମ୍ମାନ ସହ କିଶୋର ମହାନ୍ତିଙ୍କୁ ଅନ୍ତିମ ବିଦାୟ, ଲୁହରେ ଭିଜିଲା ଝାରସୁଗୁଡା
ସୂଚନାଥାଉକି ଝାରସୁଗୁଡାରୁ ୩ ଥର ବିଧାୟକ ଥିଲେ ସ୍ବର୍ଗତ କିଶୋର ମହାନ୍ତି । ଚଳିତ ଥର ସେ ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରିଥିଲେ । ୧୯୯୦ ମସିହାରେ ପ୍ରଥମେ ବିଧାୟକ ହୋଇଥିଲେ । ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ରୁ ୨୦୦୮ ମଧ୍ୟରେ ସରକାରୀ ଦଳର ମୁଖ୍ୟ ସଚେତକ ମଧ୍ୟ ହୋଇଥିଲେ । ପରେ ୨୦୦୮ ରୁ ୨୦୦୯ ଯାଏଁ ଓଡିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ପରେ ଦଳ ତାଙ୍କୁ ୨୦୦୯ ରେ ରାଜ୍ୟସଭା ପଠାଇଥିଲା । ୨୦୦୯ ରୁ ୨୦୧୨ ଯାଏଁ ସେ ରାଜ୍ୟସଭା ସଦସ୍ୟ ଭାବେ କାମ କରିଥିଲେ । ହେଲେ ୨୦୧୪ ବିଧାନସଭା ନିର୍ବାଚନ ହାରିବା ପରେ ତାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ତାଙ୍କୁ ଦଳ ଦାୟିତ୍ବ ଦେଇଥିଲା । ଗତ ୨୦୧୯ ନିର୍ବାଚନରେ ଝାରସୁଗୁଡା ଆସନ ଛାଡି ବ୍ରଜରାଜନଗରରୁ ନିର୍ବାଚନ ଲଢିଥିଲେ କିଶୋର । ପଶ୍ଚିମ ଓଡିଶା ରାଜନୀତିରେ କିଶୋରଙ୍କ ଥିଲା ଅଖଣ୍ଡ ପ୍ରଭାବ । ଝାରସୁଗୁଡା ଜିଲ୍ଲା ପାଇଁ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ