ଭୁବନେଶ୍ବର:ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିବସ । ପ୍ରଶ୍ନକାଳ ସ୍ବାଭାବିକ ଚାଲିଲା । ହେଲେ ଶୂନ୍ୟକାଳରେ ପୁଣି ଅଚଳାବସ୍ଥା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ପର୍ଯ୍ୟାପ୍ତ ସମୟ ନମିଳିବାରୁ ଆରମ୍ଭ ହେଲା ହଙ୍ଗାମା ।
ବିଜେପି ବିଧାୟକ ମାନେ ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ଆଲୋଚନା ପାଇଁ ଅଧିକ ସମୟ ମାଗିଥିଲେ । ବାଚସ୍ପତି ସମୟ ନଦେବାରୁ ବିରୋଧୀ ବିଜେପି ହଙ୍ଗାମା କରିଥିଲେ । ୱେଲକୁ ଆସି ନାରାବାଜୀ କଲେ । ଫଳରେ ବାଚସ୍ପତି ଗୃହକୁ ୧୦ ମିନିଟ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଲେ । ସର୍ବଦଳୀୟ ବୈଠକ ଶାସକ ବିରୋଧୀଙ୍କ ପ୍ରତିନିଧି ଯୋଗ ଦେଇ ନିଜ ନିଜ ଦାବି ରଖିଲେ ।