ଓଡିଶା

odisha

ETV Bharat / city

Odisha assembly: ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଇଛନ୍ତି: ବିରୋଧୀ - war of words between political parties over governor address

ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ନବମ ଅଧିବେଶନ । ଏହି ଅଧିବେଶନରେ ସରକାର ଗୃହରେ ଆଗତ କରିବେ କାମଚଳା ବଜେଟ । ଆସନ୍ତା 30 ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିବେ । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଇଛନ୍ତି: ବିରୋଧୀ
ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଇଛନ୍ତି: ବିରୋଧୀ

By

Published : Mar 25, 2022, 9:15 PM IST

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ନବମ ଅଧିବେଶନ । ଏହି ଅଧିବେଶନରେ ସରକାର ଗୃହରେ ଆଗତ କରିବେ କାମଚଳା ବଜେଟ । ଆସନ୍ତା 30 ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିବେ । ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାଜ୍ୟପାଳ ଅଭିଭାଷଣ ରଖିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଜରିଆରେ ରାଜ୍ୟ ସରକାର ପୁରା ମୋଟାମୋଟି ଭାବେ ରାଜ୍ୟର ଗୋଲାପି ଚିତ୍ର ରଖିଛନ୍ତି । ବିକାଶ ଓ ଭିତ୍ତିଭୂମିକୁ ନେଇ ପୁଳା ପୁଳା ପ୍ରତିଶୃତି, ସହ ନୂଆ ସମ୍ଭାବନା ଦେଖାଇଛନ୍ତି ।

ରାଜ୍ୟପାଳଙ୍କ ମୁହଁରେ ସରକାର ମିଛ କୁହାଇଛନ୍ତି: ବିରୋଧୀ

କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ କଡା ସମାଲୋଚନା କରିଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଅନ୍ତସାର ଶୂନ୍ୟ ବଜେଟ ଅଭିଭାଷଣ । ରାଜ୍ୟପାଳଙ୍କ ଭଳି ଜଣେ ବିଦ୍ବାନ ଲୋକଙ୍କ ମୁହଁରେ ରାଜ୍ୟ ସରକାର ଯେଉଁ ମିଛ ଅଭିଭାଷଣ ପଢାଇଲେ ତାହା ଦୁର୍ଭାଗ୍ୟଜନକ । ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ନାହିଁ । ତେଣୁ ଆମେ ଅଭିଭାଷଣକୁ ବିରୋଧ କରୁଛି ବୋଲି ବିଷ୍ଣୁ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟପାଳଙ୍କୁ ବାଧ୍ୟ କରିଛନ୍ତି ରାଜ୍ୟ ସରକାର ତାଙ୍କ ପ୍ରଶଂସା କରିବା ପାଇଁ । ଏହା ସହ ସରକାର ଅତୀତରେ କଣ କରିଛନ୍ତି ତାହା ବିଧାନସଭାରେ ଜଣାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଅର୍ଥାତ ରାଜ୍ୟ ସରକାର କଣ କରନ୍ତି ତାହା ରାଜ୍ୟବାସୀ, ବିଧାୟକ ମାନେ ଜାଣନ୍ତି ନାହିଁ । ରାଜ୍ୟ ସରକାର ଅତୀତରେ କରିଥିବା କାମ ଆଜି ରାଜ୍ୟପାଳଙ୍କ ଜରିଆରେ ଆମକୁ ଜଣାଇ ଦେଲେ । ରାଜ୍ୟପାଳଙ୍କ ଅଭିଭାଷଣରେ ସାଧାରଣତଃ ଆଗାମୀ ଦିନରେ ସରକାର କଣ କରିବେ, କଣ ଯୋଜନା ରଖିଛନ୍ତି ତାହା ପ୍ରତିଫଳନ ହେବା କଥା । କିନ୍ତୁ ତାହା ନ କରି ସରକାର ଅତୀତକୁ ବର୍ଣ୍ଣନା କରିଛନ୍ତି । ଯାହା ଦୁର୍ଭାଗ୍ୟଜନକ ବୋଲି ନରସିଂହ କହିଛନ୍ତି ।

ଅନ୍ୟପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ରାଜ୍ୟ ସରକାର ଯାହା କାର୍ଯ୍ୟକ୍ରମ କରିଛନ୍ତି ତାକୁ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । ଶିକ୍ଷା ସ୍ବାସ୍ଥ୍ୟ, ଶିଳ୍ପ ସବୁ କ୍ଷେତ୍ରରେ ରାଜ୍ୟପାଳଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇଛି। ଏହାସହ ସରକାରଙ୍କ ଆଗାମୀ ଦିନର ଯୋଜନା ମଧ୍ୟ ସ୍ଥାନ ପାଇଛି । ସରକାର ଯାହା କରିବାକୁ ଯାଉଛନ୍ତି ତାହା ମଧ୍ୟ ସ୍ଥାନ ପାଇଛି । ବିରୋଧୀଙ୍କ ଅଭିଯୋଗର କିଛି ଆଧାର ନାହିଁ ବୋଲି ପ୍ରମିଳା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details