ଓଡିଶା

odisha

ETV Bharat / city

ଫେବୃୟାରୀ ସୁଦ୍ଧା 43 ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର: ବିଭାଗୀୟ ମନ୍ତ୍ରୀ

ଖରିଫ ଋତୁ ଧାନ ସଂଗ୍ରହରେ ରାଜ୍ୟ ସରକାର ସଫଳତା ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା 43 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଚାଷୀଙ୍କୁ ଉପଯୁକ୍ତ ସମୟରେ ପାଉଣା ମିଳୁଛି । ଧାନ କିଣାରେ କୌଣସି ଅବ୍ୟବସ୍ଥା ନାହିଁ । ଧାନ କିଣା ପ୍ରସଙ୍ଗରେ ଏମିତି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହାସହ ଟୋକନ ବ୍ୟବସ୍ଥାକୁ ନେଇ କଣ କହିଲେ ମନ୍ତ୍ରୀ ପଢନ୍ତୁ ସଂପୂର୍ଣ୍ଣ ଖବର...

By

Published : Feb 19, 2020, 1:02 PM IST

assembly budegt sesone
assembly budegt sesone

ଭୁବନେଶ୍ବର: ୨୦୧୯-୨୦ ଖରିଫ ଋତୁରେ ଫେବୃୟାରୀ ୧୩ ସୁଦ୍ଧା ରାଜ୍ୟରେ ୪୩.୩୯ ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କରାଯାଇଛି । ସମସ୍ତ ଧାନ ଏଫଏକ୍ୟୁ ମାନର । ସାରା ରାଜ୍ୟରେ ୩୫ ଶହରୁ ଅଧିକ ଧାନ ସଂଗ୍ରହ କେନ୍ଦ୍ରରେ ଧାନ କିଣାଯାଉଛି । କିଛି ସ୍ଥାନରେ ଟୋକନର ଅବଧି ସରିଯିବା ଯୋଗୁଁ ଚାଷୀ ଧାନ ବିକ୍ରି କରିପାରିନଥିଲେ । ସେମାନଙ୍କୁ ଦ୍ବିତୀୟ ଥର ଟୋକନ ଦିଆଯାଇ ପରବର୍ତ୍ତୀ ୭ ଦିନରେ ଧାନ ବିକ୍ରିର ସୁଯୋଗ ଦିଆଯାଇଛି ।

ଫେବୃୟାରୀ ସୁଦ୍ଧା 43 ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର: ବିଭାଗୀୟ ମନ୍ତ୍ରୀ

ବୁଧବାର ପ୍ରଶ୍ନକାଳରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀ ଆହୁରି କହିଛନ୍ତି ଗତବର୍ଷ ସମଗ୍ର ରାଜ୍ୟରେ 7 ଲକ୍ଷ 77 ହଜାର 506 ଜଣ ଚାଷୀ ବିନା ଟୋକନରେ ଧାନ ସରକାରଙ୍କୁ ବିକ୍ରି କରିଥିଲେ । କିନ୍ତୁ ଚଳିତ ବର୍ଷ ଟୋକନ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟର 8 ଲକ୍ଷ 13 ହଜାର 736 ଜଣ ଚାଷୀ ଧାନ ବିକ୍ରି କରିସାରିଲେଣି । ଏବେ ବି ଟୋକନ ବ୍ୟବସ୍ଥା ଜାରି ରହିଛି । ଆଗାମୀ ଏକ ମାସ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛନ୍ତି ଗୃହରେ ।

ଏହି ଅବସରର ପ୍ରଶ୍ନକର୍ତ୍ତା ଅତିରିକ୍ତ ପ୍ରଶ୍ନ କରି ବିଭାଗୀୟ ଅଧିକାରୀଙ୍କ ନା ରେ ଦୂର୍ନୀତିର ଅଭିଯୋଗ ଆଣିଥିଲେ । ଦୂର୍ନୀତି ପାଇଁ ମଣ୍ଡିରେ ଧାନ କଟନୀ ଛଟନୀ ହେଉଥିବା କହିଥିଲେ । ଜବାବରେ ମନ୍ତ୍ରୀ କହିଛନ୍ତି ବିଧାୟକ ଯେଉଁ ଦୂର୍ନୀତି ଅଭିଯୋଗ ଆଣୁଛନ୍ତି ସଂପୃକ୍ତ ଅଧିକାରୀଙ୍କ ନାଁ ପ୍ରକାଶ କରନ୍ତୁ । ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details