ଓଡିଶା

odisha

ETV Bharat / city

ବୃଦ୍ଧି ହେବ ନାହିଁ ସର୍ବକ୍ଷମା ଆବେଦନ: ନଗର ଉନ୍ନୟନ ମନ୍ତ୍ରୀ

ଗୁରୁବାର ଶେଷ ହେଉଛି ସର୍ବକ୍ଷମା ଆବେଦନର ଅବଧି । ଏହାର ଆଉ ବୃଦ୍ଧି ହେବ ନାହିଁ । ଲୋକଙ୍କର ଭିଡକୁ ଦୃଷ୍ଟିରେ ରଖି ଆବେଦନ ଅବଧି ବୃଦ୍ଧି ପାଇଁ ନରସିଂହ ମିଶ୍ରଙ୍କ ଦାବି । ଏପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେଇଛନ୍ତି । ପଢନ୍ତୁ ସଂପୂର୍ଣ୍ଣ ଖବର...

By

Published : Feb 20, 2020, 1:44 PM IST

ନଗର ଉନ୍ନୟନ ମନ୍ତ୍ରୀ
ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଆଉ ବୃଦ୍ଧି ହେବ ନାହିଁ ସର୍ବକ୍ଷମା ଆବେଦନ । ଦୁଇଟି ପର୍ଯ୍ୟାୟରେ ସରକାର 2 ଥର ବୃଦ୍ଧି କରିସାରିଛନ୍ତି । ସର୍ବକ୍ଷମା ଆବେଦନର ଆଜି ଶେଷ ଦିନ । ତେଣୁ ଆଉ କିଛି ଦିନ ବୃଦ୍ଧି ପାଇଁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଦାବି କରିଥିଲେ ।

ବୃଦ୍ଧି ହେବ ନାହିଁ ସର୍ବକ୍ଷମା ଆବେଦନ : ନଗର ଉନ୍ନୟନ ମନ୍ତ୍ରୀ

ନରସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ସର୍ବକ୍ଷମା ବୃଦ୍ଧିର କୌଣସି ଯୋଜନା ନାହିଁ । ଲୋକଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ । ପ୍ରଥମେ ଫେବୃୟାରୀ ପର୍ଯ୍ୟନ୍ତ ଥିଲା । ପୁଣିଥରେ 15 ଦିନ ବୃଦ୍ଧି କରାଯାଇଛି । ଫଳରେ ଆଉ କିଛିଦିନ ବୃଦ୍ଧି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଣିକି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଶ୍ନକର୍ତ୍ତା ନରସିଂହ ମିଶ୍ର । ଏହି ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେଇ ପୁନଃ ବିଚାର କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details