ଭୁବନେଶ୍ବର:ଓଡିଶା ବିଧାନସଭା ଅଧିବେଶନର ଆଜି ଦ୍ଵିତୀୟ ଦିନ। ଆଜି କୋରୋନାକୁ ନେଇ ମୁଲତବୀ ନୋଟିସ ଆଣିଛନ୍ତି ବିରୋଧି । ଆନୁସଙ୍ଗିକ ବ୍ୟବସ୍ଥା ନେଇ ସରକାରଙ୍କ ଉଦାସୀନତା ଜାରି ହୋଇଛି ଏହି ନୋଟିସ । ମୁଲତବୀ ନୋଟିସକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗ୍ରହଣ କରିଛନ୍ତି। ଏନେଇ ଗୃହରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉତ୍ତର ରଖିବେ ।
ମୌସୁମୀ ଅଧିବେଶନ: କୋରୋନା ପାଇଁ ଆସିଲା ମୁଲତବୀ ନୋଟିସ୍
ଓଡିଶା ବିଧାନସଭା ଅଧିବେଶନର ଆଜି ଦ୍ଵିତୀୟ ଦିନ ହୋଇଥିବା ବେଳେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି କୋରୋନାକୁ ନେଇ ଗୃହକୁ ମୁଲତବୀ ନୋଟିସ ଆସିଛି ।
ଆରମ୍ଭରୁ କମ୍ପିଲା ଗୃହ, କୋରୋନାକୁ ନେଇ ମୁଲତବୀ ନୋଟିସ
ସୂଚନା ଥାଉକି, ମଙ୍ଗଳବାର ପ୍ରସ୍ତାବ ପରେ ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା ଚଳିତବର୍ଷର ମୌସୁମୀ ଅଧିବେଶନ । ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା ଓ ଦେଶ ପାଇଁ ଶହୀଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ
Last Updated : Sep 30, 2020, 10:53 AM IST