ଓଡିଶା

odisha

ETV Bharat / city

ବିଧାନସଭା ଅଚଳ; ଦୁଇ ବିରୋଧୀ ଦଳ ଦୋଷ ଲଦାଲଦି - Assembly adjourned

ବିଧାନସଭା ଅଚଳ ପ୍ରସଙ୍ଗରେ କଂଗ୍ରେସ, ବିଜେପିକୁ ଦୋଷ ଦେଉଥିବାବେଳେ ଏହାର ଜବାବ ଦେଇଛି ବିଜେପି । ଅଧିକ ପଢନ୍ତୁ...

ବିଧାନସଭା ଅଚଳ
ବିଧାନସଭା ଅଚଳ

By

Published : Nov 28, 2020, 7:18 PM IST

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନରେ ସୁରୁଖୁରୁରେ ଚାଲି ପାରୁନି ଗୃହ । ବାରମ୍ବାର ମୁଲତବୀ ହେଉଛି । ଅଚଳ ହୋଇପଡୁଛି ଗୃହ କାର୍ଯ୍ୟ । ତେବେ ଏହାକୁ ନେଇ ଦୁଇ ବିରୋଧୀ ଦୋଷ ଲଦାଲଦି ହେଉଛନ୍ତି । ଗୃହ ନଚାଲିବା ନେଇ କଂଗ୍ରେସ ବିଜେପିକୁ ଦୋଷ ଦେଉଥିବାବେଳେ ଏହାର ଜବାବ ଦେଇଛି ବିଜେପି ।

ବିଧାନସଭା ଅଚଳ

ପରୀ ପ୍ରସଙ୍ଗରେ ବିଜେପି, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ କରୁଛି । ଯାହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହେଉଛି । ତେବେ ବିଜେପି ଓ ବିଜେଡି ଗୋଟିଏ ଟଙ୍କାର ଦୁଇ ପାର୍ଶ୍ବ ଦର୍ଶାଇ ଗୁରୁତ୍ବପୂର୍ଣ୍ଣ ଆଲୋଚନାକୁ ଟାଳିବାକୁ ଏପରି କରୁଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହ ନଚାଲିବା ନେଇ ବିଜେପିକୁ ଦୋଷ ଦେବା ସହ ଏଭଳି ଅଭିଯୋଗ କରିଛନ୍ତି ।

ସେପଟେ ଏହାର ଜବାବ ଦେଇଛି ବିଜେପି । ପରୀ ମୃତ୍ୟୁ ଘଟଣାରେ ସରକାରଙ୍କ ପଦକ୍ଷେପରେ କିପରି କଂଗ୍ରେସ ସନ୍ତୁଷ୍ଟ ହେଲା ବୋଲି ବିଜେପି ପ୍ରଶ୍ନ କରିଛି । ଏହାସହ ଗୋଟିଏ ବିରୋଧୀ ଦଳ ହୋଇ ଅନ୍ୟ ବିରୋଧୀ ଦଳ ବିରୋଧରେ କିପରି ସ୍ଲୋଗାନ ଦେଇପାରିଲା ବୋଲି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ଏଥିରୁ କଂଗ୍ରେସର ଚରିତ୍ର ଜଣାପଡୁଛି ବୋଲି ସେ କହିଛନ୍ତି ।

ସୂଚନାଥାଉକି, ନୟାଗଡ ପରୀ ମୃତ୍ୟୁ ମାମଲାକୁ ନେଇ ସରକାର ଏସଆଇଟି ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଘଟଣାରେ କୃଷିମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ତାଙ୍କ ଇସ୍ତଫା ଦାବିରେ ରହିଛି ବିଜେପି । ଯାହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହେଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details