ପରୀ ମୃତ୍ୟୁକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତି ପରେ ବି ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଜାରି । ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଶୀତ ଅଧିବେଶନ: ଆସନ୍ତାକାଲି ଯାଏ ଗୃହ ମୁଲତବୀ - ପରୀ ପ୍ରସଙ୍ଗ
15:46 November 26
ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତି ପରେ ବି ବିରୋଧୀଙ୍କ ହୋହଲ୍ଲା ଜାରି, ଗୃହ ଆସନ୍ତାକାଲି ଯାଏ ମୁଲତବୀ
15:41 November 26
ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ
ପରୀ ମୃତ୍ୟୁ ନେଇ ବିଧାନସଭାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ । ଗୃହରେ ରଖିଲେ ବିବୃତି । ଘଟଣାକୁ ନେଇ ମୁଁ ବ୍ୟଥିତ ଓ ମର୍ମାହତ ବୋଲି କହିଲେ ମନ୍ତ୍ରୀ । କ୍ରାଇମବ୍ରାଞ୍ଚର ତଦନ୍ତ ହେଉ । ତଦନ୍ତକୁ ମୁଁ ସ୍ବାଗତ କରୁଛି ବୋଲି କହିଲେ ମନ୍ତ୍ରୀ ।
15:09 November 26
ଗୃହ 15 ମିନିଟ୍ ଯାଏ ମୁଲତବୀ
ଥମୁନି ପରୀ ମୃତ୍ୟୁ ମାମଲା । 3ଟାରେ ଗୃହ ଆରମ୍ଭ ପରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଗୃହ 15 ମିନିଟ୍ ଯାଏ ମୁଲତବୀ ।
14:49 November 26
ମୁଲତବୀ ପରେ ଗୃହ ଆରମ୍ଭ
ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହ ମୁଲତବୀ ପରେ ଅପରାହ୍ନ 3ଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ଗୃହ ଆରମ୍ଭରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ପରେ ବାଚସ୍ପତି ଅପରାହ୍ନ 3ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
10:43 November 26
ପରୀ ପ୍ରସଙ୍ଗରେ ବିଧାନସଭାରେ ହୋହାଲ୍ଲା । 3ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ବର: ଗୃହ ଆରମ୍ଭରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା। ବିଜେପି ସଦସ୍ୟମାନେ ବ୍ୟାନର ଦେଖାଇ ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ରତିବାଦ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ। ଅପରାହ୍ନ 3 ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ