ଓଡିଶା

odisha

ETV Bharat / city

ଠିକଣା ପଚାରିବା ବାହାନାରେ ବୃଦ୍ଧାଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ - 15 grams of gold chains snached

ବାଲିପାଟଣା ଥାନା ଅଞ୍ଚଳର ଗିରିଶର ମହାନ୍ତି ସାହିର ୭୦ ବର୍ଷିୟ ବୃଦ୍ଧାଙ୍କ ଠାରୁ କିଛି ଦୁର୍ବୃତ୍ତ ସୁନା ଚେନ ଝାମ୍ପି ନେଇଛନ୍ତି । ନେଇ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି।

gold chains snached
ଠିକଣା ପଚାରିବା ବାହାନାରେ ଲୁଟ

By

Published : Jun 9, 2020, 1:31 PM IST

ଭୁବନେଶ୍ବର: ବୃଦ୍ଧ ମହିଳାଙ୍କ ଠାରୁ ଲୁଟପାଟ୍ । ଚୋରଙ୍କ ଚାଲାକିରେ ଫସିଗଲେ ନିରୀହ ବୃଦ୍ଧା । ଏକୁଟିଆ ଦେଖି ଠିକଣା ପଚାରିବା ବାହାନାରେ ଝାମ୍ପି ନେଇଗଲେ ସୁନା ଚେନ । ଏଭଳି ଛିନତାଇର ଶିକାର ହୋଇଛନ୍ତି ବାଲିପାଟଣା ଥାନା ଅଞ୍ଚଳର ଗିରିଶର ମହାନ୍ତି ସାହିର ୭୦ ବର୍ଷିୟ ବୃଦ୍ଧା।

ଠିକଣା ପଚାରିବା ବାହାନାରେ ଲୁଟ

ଲୁଟର ଶିକାର ହୋଇଥିବା ବୃଦ୍ଧା ଜଣକ ହେଲେ ବାସନ୍ତି ମହାନ୍ତି । ବାସନ୍ତୀ ନିଜ ପଡୋଶୀଙ୍କ ଘରକୁ ଯାଉଥିବା ବେଳେ ରାସ୍ତାରେ ଜଣେ ମାସ୍କପିନ୍ଧା ଯୁବକ ଜଣକ ବୃଦ୍ଧାଙ୍କୁ ଏକ ଠିକଣା ସମ୍ପର୍କରେ ପଚାରିଥିଲେ। ତେବେ ମହିଳା ଜଣଙ୍କ ତାଙ୍କୁ ଠିକଣା ସମ୍ପର୍କରେ କହିବା ବେଳେ ହଠାତ ଦୁର୍ବୃତ୍ତ ଜଣକ ବୃଦ୍ଧାଙ୍କ ଠାରୁ ବେକରୁ ୧୫ ଗ୍ରାମର ସୁନା ଚେନ ଝାମ୍ପି ନେଇଥିଲେ ।

ଏହି ସମୟରେ ବାଇକରେ ଅପେକ୍ଷା କରିଥିବା ଅନ୍ୟଜଣେ ଯୁବକଙ୍କ ସହ ମିଶି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି 2 ଲୁଟେରା । ଏନେଇ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ଗ୍ୟାଙ୍ଗର ଲୁଟ କରିବା ତରିକା ନୂଆ ଥିବାବେଳେ ଭିନ୍ନ ଭିନ୍ନ ଉପାୟ ଆପଣାଇ ଲୁଟ କରାଯାଉଛି । ତେବେ ବାଲିପାଟଣା ଅଞ୍ଚଳରେ ଏପରି ଲୁଟପାଟ କରୁଥିବା ବେଳେ ଏହାର ସିସିଟିଭ ଫୁଟେଜ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details