ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ବ ନେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଏହାସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ଦାୟିତ୍ବ ତୁଲାଇବେ । କାର୍ଯ୍ୟରେ ଯୋଗ ଦେବାପରେ ବରିଷ୍ଠ ଅଧିକାରୀ ଏକ ସମୀକ୍ଷା ବୈଠକ ଡାକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଏହାପୂର୍ବରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅସିତ ତ୍ରିପାଠୀ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ରହିଥିଲେ। ତେବେ ତାଙ୍କ କାର୍ଯ୍ୟ ଦକ୍ଷତାକୁ ଦେଖି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡିସେମ୍ବର 31 ତାରିଖରେ ସେ ମୁଖ୍ୟ ଶାସନ ସଚିବ ଭାବରେ ଶେଷଥର ପାଇଁ କାର୍ଯ୍ୟ ତୁଲାଇଥିଲେ।