ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ ଅସିତ ତ୍ରିପାଠୀ । ରାଜ୍ୟ ସଚିବାଳୟରେ ଦାୟିତ୍ଵ ଗ୍ରହଣ ପରେ କଣ ରହିବ ତାଙ୍କର ପ୍ରାଥମିକତା ସେନେଇ ବ୍ୟାପକ ଭାବେ ବର୍ଣ୍ଣନା କରିଛନ୍ତି ଅସିତ ।
ସେ କହିଛନ୍ତି ଯେ, "ମୁଖ୍ୟତଃ ୪ଟି ଜିନିଷ ଉପରେ ପ୍ରାଥମିକତା ଦିଆଯାଇ ୫T ଲାଗୁ ହେବ ସେନେଇ କାର୍ଯ୍ୟ କରିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ସମସ୍ତ ବିଭାଗରେ ଏକ ଚାର୍ଟର ପ୍ରସ୍ତୁତ ହୋଇଛି । ଏହି ଚାର୍ଟରକୁ ଅନୁସରଣ କରି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।
ସମସ୍ତ ବିଭାଗ କିଭଳି କାର୍ଯ୍ୟ କରିବେ ସେନେଇ ଗୁରୁତ୍ଵ ଦିଆଯିବ ବୋଲି ସେ କହିଛନ୍ତି । ସମୟକୁ ପ୍ରାଥମିକତା ଦିଆଯିବ । କୌଣସି ଫାଇଲ ସରକାର ଦପ୍ତରରେ ପଡିବ ନାହିଁ । ରକେଟ୍ ଗତିରେ ଫାଇଲ ମୁଭମେଣ୍ଟ କରିବ । ଯାହାଫଳରେ କାର୍ଯ୍ୟ ଗତିଶୀଳ ହୋଇପାରିବ । ଗମନାଗମନ ,ରାସ୍ତା ଓ ଶିଳ୍ପରେ ଥିବା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ଵିତ କରାଯିବ ତାହା ଉପରେ ଫୋକସ ରହିବ ।