ଭୁବନେଶ୍ବର:ରାଜ୍ୟ ସରକାର ବନ୍ଦ କରିବାକୁ ଯାଉଛନ୍ତି ଆର୍ଶୀବାଦ ଯୋଜନା । ରାଜ୍ୟରେ କୋଭିଡ ମୃତ୍ୟୁ କମୁଥିବାରୁ ଚଳିତ ମାସ ୧୫ ତାରିଖ ପରେ ପିତାମାତାଙ୍କୁ ହରାଇଥିବା ଅସହାୟ ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ ପରିବର୍ତ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଇବେ । ଏନେଇ ସୋମବାର ICDS ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଅବଗତ କରାଇଛନ୍ତି । ସରକାରଙ୍କ ଯୋଜନା ବନ୍ଦ ନିଷ୍ପତ୍ତି ପରେ ଅସହାୟ ପିଲାଙ୍କ ଭବିଷ୍ୟତକୁ ନେଇ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ କରି ବର୍ଷିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ ।
ସରକାର ବନ୍ଦ କଲେ ଆର୍ଶୀବାଦ ଯୋଜନା, ଅସହାୟ ଶିଶୁଙ୍କୁ କିଏ ହେବ ସାହା ? - ସୁର ରାଉତରାୟ
ରାଜ୍ୟ ସରକାରଙ୍କ ଆର୍ଶୀବାଦ ଯୋଜନା ବନ୍ଦ ନିଷ୍ପତ୍ତି ନେଇ ବର୍ଷିଲେ ସୁର । ଅସହାୟ ପିଲାଙ୍କ ଭବିଷ୍ୟତ ନେଇ କଲେ ପ୍ରଶ୍ନ । ଅଧିକ ପଢନ୍ତୁ...
‘ସରକାର ବନ୍ଦ କଲେ ଆର୍ଶୀବାଦ ଯୋଜନା, ଅସହାୟ ଶିଶୁଙ୍କୁ କିଏ ହେବ ସାହା ’
ସୁର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି, କିଛି ସଫଳ ହେଉନି, ସବୁ ପ୍ରହସନ । ଯଦି ଅସହାୟ ପିଲାଙ୍କ ପାଇଁ ସହାୟତା ଘୋଷଣା କରୁଥିଲେ ତେବେ ବନ୍ଦ କାହିଁକି କଲେ । 20 ହଜାର ପିଲାଙ୍କ ଆବେଦନପତ୍ର ପଡି ରହିଥିବାବେଳେ ସରକାର ହଠାତ ଯୋଜନା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ । ଏପରି ସ୍ଥଳେ କୋଭିଡରେ ପିତାମାତା ହରାଇଥିବା ନିରୀହ ଶିଶୁଙ୍କ ଭାଗ୍ୟ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ସୁର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟଭି ଭାରତ