ଭୁବନେଶ୍ବର: ଓସିଏ ନିର୍ବାଚନରେ ଭୋଟ ଦେଇପାରନ୍ତି ଆଶୀର୍ବାଦ ବେହେରା । ଏନେଇ ଜେଲ ବିଭାଗକୁ ଚିଠି ଲେଖିଛନ୍ତି ପୂର୍ବତନ ଓସିଏ ସମ୍ପାଦକ ତଥା ଏଟି ଚିଟଫଣ୍ଡରେ ଗିରଫ ହୋଇଥିବା ଆଶୀର୍ବାଦ ବେହେରା । ଏହା ସହ ଓସିଏ ପକ୍ଷରୁ ମଧ୍ୟ ଆଶୀର୍ବାଦଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରାଯାଇଛି ।
ତେବେ ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି ଓସିଏ ନିର୍ବାଚନ । ଏପଟେ ଗିରଫ ପରେ ଆଶୀର୍ବାଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବ୍ୟକ୍ତିଗତ ଭାବେ ବାଲାଟ ଅଣାଯାଇ ଭୋଟ ଦେଇପାରନ୍ତି ବୋଲି ସୂଚନା ମିଳିଛି।