ଓଡିଶା

odisha

ETV Bharat / city

ଅସୀମ ଉତ୍ସବ:ମାନବିକତାର ବିଚ୍ୟୁତି କଥା କହିଲା ‘ଶୂନ୍ୟରୁ ଶୂନ୍ୟକୁ’ - ଅସୀମ ଉତ୍ସବ

ଉଦଘାଟନ ହୋଇଛି ଅସୀମ ଉତ୍ସବର ଦ୍ଵିତୀୟ ବାର୍ଷିକ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଓଡିଶା ନାଟ୍ୟ ସଙ୍ଘର ସଭାପତି ହରଣ ସାହୁ କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଅଧିକ ପଢନ୍ତୁ...

bhanjakala-mandap
bhanjakala-mandap

By

Published : Feb 8, 2020, 5:14 AM IST

ଭୁବନେଶ୍ବର: ଅସୀମ ଉତ୍ସବର ଦ୍ଵିତୀୟ ବାର୍ଷିକ। ଏହି ଅବସରରେ ପ୍ରଥମ ସନ୍ଧ୍ୟାରେ ପରିବେଷିତ ହୋଇଛି ନାଟକ ‘ଶୂନ୍ୟରୁ ଶୂନ୍ୟକୁ’। ଯାହା କି ଆଜିକାର ଦୁନିଆଁରୁ ମଣିଷ ଭିତରୁ ମାନବିକତା, ଭଲପାଇବା ଓ ଜୀବନର ମୂଲ୍ୟବୋଧ ଧୀରେ ଧୀରେ ହଜି ଯାଉଥିବା ଦର୍ଶାଉଛି। କିପରି ଜଣେ ଲୋକ ତାର କିଶୋର ଅବସ୍ଥାରେ ଗାଁ ପରିବେଶକୁ ଭୁଲି ନିଜର ଲକ୍ଷ୍ୟ ହାସଲ କରି ବଡ଼ ପ୍ରତିଷ୍ଠିତ ମଣିଷ ହେବା ଲାଗି ବିଦେଶ ଚାଲି ଯାଉଛି। ଆଉ ସେଠାରେ ସେ ଯାହାକୁ ଭଲ ପାଇଁ ତା ଲାଗି ସର୍ବସ୍ବ ଦେଇ ଦିଏ । ସେ କିପରି ତାକୁ ଭୁଲିଯାଏ ତାହାକୁ ନାଟକ ମାଧ୍ୟମରେ ଖୁବ ସୁନ୍ଦର ଭାବେ ଉପସ୍ଥାପିତ କରିଛନ୍ତି କଳାକାର।

ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଉଥିବା ଏହି ଅସୀମ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଓଡିଶା ନାଟ୍ୟ ସଙ୍ଘର ସଭାପତି ହରଣ ସାହୁ ଉଦଘାଟନ କରିଛନ୍ତି। ଏହାପରେ ନାଟକ ପରିବେଷଣ କରିଛନ୍ତି ନବୀନ ବର୍ଣାଳୀ ଥିଏଟର, ଭୁବନେଶ୍ବରର ଶିଳ୍ପୀମାନେ। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନବୀନ ପରିଡା।

ଅସୀମ ଉତ୍ସବ:ମାନବିକତାର ବିଚ୍ୟୁତି କଥା କହିଲା "ଶୂନ୍ୟରୁ ଶୂନ୍ୟକୁ"

ତିନି ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନାଟକ ରହିଛି ‘ନାୟିକା’। ଯାହାକୁ ନନ୍ଦନୀକ ଅନୁଷ୍ଠାନ କୋରାପୁଟର ଶିଳ୍ପୀମାନେ ପରିବେଷଣ କରିବେ। ସେହିପରି ଉତ୍ସବର ଶେଷ ସନ୍ଧ୍ୟାରେ ପରିବେଷିତ ହେବାକୁ ଥିବା ନାଟକ ହେଉଛି ‘ସବୁଠୁ ଉଦାସ କବିତା’। ଯାହାର ନିର୍ଦେଶନା ଦେବଦତ୍ତ ପତ୍ତି ଦେଉଥିବା ବେଳେ ଏହା ଭୁବନେଶ୍ବରର ଉତ୍ତରପୁରୁଷ ଅନୁଷ୍ଠାନ ଦ୍ବାରା ମଞ୍ଚସ୍ତ ହେବ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details