ଭୁବନେଶ୍ବର: ପୁରୀ ଜଗନ୍ନାଥ ମନ୍ଦିର ପାଇଁ ଖର୍ଚ୍ଚ କାଟୁଛି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) । ବିଜେପି ସାଂସଦ ଜୁଏଲ ଓରାମ ସଂସଦରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରୁ ଏହା ଜଣାପଡିଛି ।
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଖର୍ଚ୍ଚ କାଟୁଛି ଏଏସଆଇ ଚିଠିରୁ ଜଣାପଡିଛି, 2016-17ରେ 6 କୋଟି 7 ଲକ୍ଷ 15 ହଜାର ଟଙ୍କା ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇଥିଲା । 2017-18ରେ ଏହା 4 କୋଟି 2 ଲକ୍ଷ 24 ହଜାର 751 ଟଙ୍କାକୁ ହ୍ରାସ ପାଇଲା । ଆଉ 2018-19ରେ 2 କୋଟି 37 ଲକ୍ଷ 93 ହଜାର 258 ଟଙ୍କା ଖର୍ଚ୍ଚ ହୋଇଛି ।
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଖର୍ଚ୍ଚ କାଟୁଛି ଏଏସଆଇ ସେହିପରି ଲିଙ୍ଗରାଜମନ୍ଦିର କ୍ଷେତ୍ରରେ ବି ସମାନ ସ୍ଥିତି । 2016-17ରେ 11 ଲକ୍ଷ 86 ହଜାର 200 ଟଙ୍କା, 2017-18ରେ 7 ଲକ୍ଷ 12 ହଜାର 187, 2018-19ରେ 1 ଲକ୍ଷ 70 ହଜାର 498 ଟଙ୍କା ରହିଛି । ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଏଏସଆଇ କମ ଖର୍ଚ୍ଚ କରୁଛି ।
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଖର୍ଚ୍ଚ କାଟୁଛି ଏଏସଆଇ ହେଲେ କୋଣାର୍କ ମନ୍ଦିର ପାଇଁ ଖର୍ଚ୍ଚ ବଢିଛି । 2016-17ରେ 37 ଲକ୍ଷ 89 ହଜାର 295 ଟଙ୍କା ଖର୍ଚ୍ଚ ହୋଇଥିବାବେଳେ 2017-18ରେ 85 ଲକ୍ଷ 75 ହଜାର 855 ଟଙ୍କା, 2018-19ରେ 1 କୋଟି 52 ଲକ୍ଷ 25 ହଜାର 857 ଟଙ୍କା ଖର୍ଚ୍ଚ ହୋଇଛି ।
ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଖର୍ଚ୍ଚ କାଟୁଛି ଏଏସଆଇ ଓଡିଶାର ମୋଟ 80ଟି ଐତିହ୍ୟ ଏଏସଆଇ ଅଧୀନରେ ରହିଛି । ତେବେ ଗତ 3 ବର୍ଷ ହେବ ଓଡିଶାରେ ଖର୍ଚ୍ଚ କାଟ କରିଛି ଏହି ସଂସ୍ଥା । 2016-17ରେ ଓଡିଶାରେ 865 କୋଟି ଟଙ୍କା ଏଏସଆଇ ଖର୍ଚ୍ଚ କରିଥିବାବେଳେ 2017-18ରେ 689କୋଟି ଟଙ୍କା ଖର୍ଚ୍ଚ କରିଥିଲା । ହେଲେ 2018-19ରେ 590 କୋଟି ଟଙ୍କା ଖର୍ଚ୍ଚ କରିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ