ଭୁବନେଶ୍ବର: ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ମହାମାରୀ କୋରୋନାର ସ୍ଥିତି । ତେବେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁଲାଇ 31 ଯାଏଁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବନ୍ଦ ଘୋଷଣା କରାଯାଇଛି । ଜୁଲାଇ 6ରୁ କେବଳ ଏଏସଆଇ ଅଧୀନରେ ଥିବା କିର୍ତିରାଜି ଗୁଡିକ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ରାଜଧାନୀ ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବା ସହ ରାଜାରାଣୀ ମନ୍ଦିର ମଧ୍ୟ ଖୋଲାଯିବା ପାଇଁ ସ୍ଥିର ହୋଇଥିଲା । ଏବେ ଏହି ନିଷ୍ପତ୍ତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅନୁରୋଧ ପରେ ବଦଳାଇଦେଇଛି ଏଏସଆଇ । ତେବେ ଜୁଲାଇ ୩୧ ଯାଏଁ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଖୋଲିବ ନାହିଁ ବୋଲି ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି |