ଭୁବନେଶ୍ବର: ରାଜଧାନୀର ପାହାଳ ଫାଣ୍ଡି ଏଏସଆଇଙ୍କ ହାତରେ ହାତକଡି ପଡିଛି । ତେବେ ସେ ଏଫଆଇଆର କପି ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆଜି(ଶୁକ୍ରବାର) ତାଙ୍କୁ ପିସି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।
ଖାକି ବାବୁଙ୍କ ହାତରେ ପଡ଼ିଲା ହାତକଡି, ଲାଞ୍ଚ ନେଇ ଗିରଫ ହେଲେ ASI - ଲାଞ୍ଚ ନେବା ବେଳେ ଗିରଫ
ଲାଞ୍ଚ ନେଉଥିବା ବେଳେ ପାହାଳ ଏଏସଆଇଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି । ଅଧିକ ପଢନ୍ତୁ...
ଖାକି ବାବୁଙ୍କ ହାତରେ ପଡ଼ିଲା ହାତକଡି, ଲାଞ୍ଚ ନେଇ ଗିରଫ ହେଲେ ଏଏସଆଇ
ପାହାଳ ଫାଣ୍ଡିର ଏଏସଆଇ ପିକେ ପ୍ରଧାନ ସନ୍ଦିପ ପତ୍ରୀ ନାମକ ଜଣେ ଅଭିଯୋଗକାରୀଙ୍କଠାରୁ 3 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ଅଭିଯୋଗକାରୀ କୌଣସି ଅଭିଯୋଗ ପାଇଁ ଏଫଆଇଆର ଲେଖୁଥିବା ସମୟରେ ସେ ତାଙ୍କଠାରୁ ଲାଞ୍ଚ ନେଉଥିବା ଜଣାପଡିଛି । ଏହି ଘଟଣାରେ ଅଭିଯୁକ୍ତ ଏଏସଆଇଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ