ଓଡିଶା

odisha

ETV Bharat / city

BJP-BJD ପ୍ରଡକ୍ଟ ଅଶ୍ୱିନୀ ବୈଷ୍ଣବ: ସୁର ରାଉତରାୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ହୋଇଛି ବଡଧରଣର ଅଦଳବଦଳ । କ୍ୟାବିନେଟରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ଗ୍ରାଣ୍ଡ ଏଣ୍ଟ୍ରି ମିଳିଛି । ତେବେ ଏନେଇ ସୁର କହିଛନ୍ତି, ସେ BJP-BJD ପ୍ରଡକ୍ଟ । ଅଧିକ ପଢ଼ନ୍ତୁ...

ବିଜେପି ବିଜେଡିର ପ୍ରଡକ୍ଟ ଅଶ୍ୱିନୀ ବୈଷ୍ଣବ:ସୁର ରାଉତରାୟ
ବିଜେପି ବିଜେଡିର ପ୍ରଡକ୍ଟ ଅଶ୍ୱିନୀ ବୈଷ୍ଣବ:ସୁର ରାଉତରାୟ

By

Published : Jul 8, 2021, 10:11 PM IST

Updated : Jul 8, 2021, 10:27 PM IST

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ହୋଇଛି ବଡ଼ ଧରଣର ମନ୍ତ୍ରୀ ଅଦଳବଦଳ ପ୍ରକ୍ରିୟା । କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଛି । ଓଡ଼ିଶାରୁ 3 ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ପ୍ରତିନିଧିତ୍ୱ ମିଳିଛି ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ନୂଆ କ୍ୟାବିନେଟରେ ସାମିଲ କରାଯାଇଥିବା ବେଳେ ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରାଳୟ ପରିବର୍ତ୍ତନ କରାଯାଇ ତାଙ୍କୁ ଶିକ୍ଷା ମନ୍ତ୍ରାଳୟ ଦିଆଯାଇଛି ।

BJP-BJD ପ୍ରଡକ୍ଟ ଅଶ୍ୱିନୀ ବୈଷ୍ଣବ: ସୁର ରାଉତରାୟ


ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ପାହ୍ୟା ଏବଂ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ରେଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ,ବିଶେଶ୍ୱର ଟୁଡୁଙ୍କୁ ଜଳଶକ୍ତି ରାଷ୍ଟ୍ର ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୭ ବର୍ଷ ଧରି ପେଟ୍ରୋଲିୟମ ମନ୍ତ୍ରାଳୟର ଦାୟିତ୍ବରେ ଥିବା ଧର୍ମେନ୍ଦ୍ରଙ୍କ ମନ୍ତ୍ରାଳୟ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି । ହେଲେ ଅଶ୍ୱିନୀଙ୍କୁ ହଠାତ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରିବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ଖାସ କରି ଏତେ ବଡ଼ ଗୁରୁ ଦାୟିତ୍ୱ ମିଳିବା ଏବଂ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବା ପଛରେ କାହା ହାତ ରହିଛି ? ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବିଜେପି ଓ ବିଜେଡି ମିଶି ଡବଲ ଇଞ୍ଜିନ ସରକାର ଚଳାଉଥିବା ଆଲୋଚନା ହେଉଛି । ରାଜନୀତିକ ସମୀକ୍ଷକଙ୍କ ମତରେ କାର୍ଯ୍ୟ କରିବାର ଦକ୍ଷତା, ଲୟାଲିଟି ବା ଆନୁଗତ୍ୟର ଆଧାରରେ ପ୍ରଧାନମନ୍ତ୍ରୀ ମୋଦି ଦୁଇଟି ଟିମ ଗଠନ କରିଥିବା ବେଳେ ଦକ୍ଷତା ଆଧାରରେ ଅଶ୍ୱିନୀଙ୍କୁ ଗୁରୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । ତେବେ ରାଜ୍ୟସଭାକୁ ମନୋନୀତ ହେବା ପାଇଁ ଯେତେବେଳେ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଥିଲା ସେ ସମୟରେ ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବା ପାଇଁ ସମ୍ମତି ପ୍ରଦାନ କରିଥିଲା ,ଯେଉଁଥିପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ପଲିଟିକଲ ଲବୀକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାସହ ଓଡ଼ିଶାରୁ ତିନିଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ସୁର ରାଉତରାୟ ।

ଏଭଳି ସ୍ଥିତି ପାଇଁ ବୈଷ୍ଣବ ବହୁ ଚର୍ଚ୍ଚିତ, କିନ୍ତୁ ସ୍ବଳ୍ପ ଚର୍ଚ୍ଚିତ ଅଶ୍ୱିନୀଙ୍କୁ ଏଭଳି ଗୁରୁ ଦାୟିତ୍ୱ ମିଳିବା ପଛରେ ଡବଲ ଇଞ୍ଜିନର ହାତ ଅଛି ବୋଲି ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ। ଉପରେ କଳିଗୋଳ ଭିତରେ ମିଳାମିଶା ନ୍ୟାୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟଙ୍କୁ ସୁହାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସ କହିଛି । ଅଶ୍ୱିନୀ ବୈଷ୍ଣବ ବିଜେପି ଓ ବିଜେଡିର ପ୍ରଡକ୍ଟ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରଉତରାୟ କଟାକ୍ଷ କରି କହିଛନ୍ତି।

ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ନବୀନ ବାବୁ ଓ ମୋଦିଙ୍କ ପାଇଁ ସେ ରେଳ ମନ୍ତ୍ରାଳୟ ପାଇଛନ୍ତି । ରାଜ୍ୟ ରେଳ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିବାରେ ସେ ସହାୟକ ହେବେ। ବିଜେପି ପୁରୀ, ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ କରିବାକୁ ଅନେକ କଥା କହିଛି ,ଏବେ ଜଣାପଡିବ କେତେ ଦୂର ଅଶ୍ୱିନୀ ରାଜ୍ୟର ସ୍ୱାର୍ଥ ଏବଂ ରେଳ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jul 8, 2021, 10:27 PM IST

ABOUT THE AUTHOR

...view details