ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ବିଜେଡି ନେତାଙ୍କ ଫଳ ବଣ୍ଟନ । କୁଷ୍ଠ ରୋଗୀଙ୍କୁ ଫଳ ବଣ୍ଟିଲେ ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା । ଏକାମ୍ର ନିର୍ବାଚନ ମଣ୍ଡଳୀରେ କୁଷ୍ଠ ରୋଗାଗ୍ରସ୍ତ ରୋଗୀଙ୍କ ଭେଟି ଫଳ ବାଣ୍ଟିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପଦାର୍ପଣ କରିଛନ୍ତି । କିନ୍ତୁ 'ଫନି’ ରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସେ ଏ ବର୍ଷ ଜନ୍ମ ଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ଘୋଷଣା କରିଥିଲେ ନବୀନ ।
ସେପଟେ, କିନ୍ତୁ ଦଳୀୟ ନେତା, ମନ୍ତ୍ରୀ ଓ କର୍ମୀମାନେ ଜନ୍ମଦିନ ପାଳନ କରିବାକୁ ଇଚ୍ଛା ପ୍ରକାଶ କରିଥିବାଳେ ଗରୀବ ଓ ଅସହାୟମାନଙ୍କ ସହ ସମୟ ବିତାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଯାହାକୁ ନେଇ ଆଜି ସକାଳେ ରାଜ୍ୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଫଳ ବାଣ୍ଟିଥିବାର ଦେଖିବାକୁ ମିଳିଥିଲା । ଏଥିସହ ସୋସିଆଲ ମିଡିଆରେ ମଧ୍ୟ ନବୀନଙ୍କୁ ହେଭିୱେଟ ନେତାଙ୍କ ଶୁଭେଚ୍ଛା ଛୁଟିବାରେ ଲାଗିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ