ଓଡିଶା

odisha

ETV Bharat / city

ଅରୁଣଙ୍କ ଯାଦୁରେ ଜୀବନ୍ତ ଐତିହ୍ୟ ସ୍ଥଳ - ତାଜମହଲ

ଏହି ଉତ୍କଳରେ ଅନେକ କିଛି ଉତ୍କର୍ଷ କଳାର ନିଦର୍ଶନ ଆମ ପୂର୍ବ ପୁରୁଷମାନେ ଅନେକ ବର୍ଷ ତଳୁ ଦେଇଯାଇଛନ୍ତି । ଆଜିବି ବିଭିନ୍ନ କ୍ଷେତ୍ରରେ ଆମ ରାଜ୍ୟର ପ୍ରତିଭାମାନେ ତାହା ପ୍ରମାଣିତ କରିଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ଯୁବ କାଠ କଳାକାର ଅରୁଣ ସାହୁ ଅନ୍ୟତମ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Arun sahu
Arun sahu

By

Published : Mar 8, 2020, 8:42 PM IST


ଭୁବନେଶ୍ବର: ଆମ ରାଜ୍ୟର ନାମ ଏପରି ଉତ୍କଳ ନଥିଲା। ଏହି ଉତ୍କଳରେ ଅନେକ କିଛି ଉତ୍କର୍ଷ କଳାର ନିଦର୍ଶନ ଆମ ପୂର୍ବ ପୁରୁଷମାନେ ଅନେକ ବର୍ଷ ତଳୁ ଦେଇଯାଇଛନ୍ତି । ଆଜିବି ବିଭିନ୍ନ କ୍ଷେତ୍ରରେ ଆମ ରାଜ୍ୟର ପ୍ରତିଭାମାନେ ତାହା ପ୍ରମାଣିତ କରିଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ଯୁବ କାଠ କଳାକାର ଅରୁଣ ସାହୁ ଅନ୍ୟତମ। ବାପା ତାଙ୍କ କାଠ କାମ କରି ନିଜ ଗୁଜରାଣ ମେଣ୍ଟାଇବା ସହ ପରିବାର ପ୍ରତିପୋଷଣ କରନ୍ତି। ଏହା ତାଙ୍କର କୌଳିକ ବୃତ୍ତି ନହୋଇ ମଧ୍ୟ ସେ ଏ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିଲେ। ତେବେ ତାଙ୍କ ପୁତ୍ର ପାଠ ପଢି କିଛି କରିବା ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ପାଠ ପଢାରେ ଡୋରି ବାନ୍ଧିଥିଲେ।

ଅରୁଣଙ୍କ ଯାଦୁରେ ଜୀବନ୍ତ ଐତିହ୍ୟ ସ୍ଥଳ; ଆର୍ଥିକ ସହାୟତା ପାଇଁ ନିବେଦନ

ଫଳରେ ବାପାଙ୍କୁ କାମରେ ସାହାଯ୍ୟ କଲେ ପୁଅ ଅରୁଣ ସାହୁ । କାଠ କାମରେ କିଛି ନୂଆ କରିବାର ଇଛା ତାଙ୍କୁ ସବୁବେଳେ ଆନ୍ଦୋଳିତ କରୁଥିଲା । ଏହାସହ ଦେଶ ରାଜ୍ୟର ପର୍ଯ୍ୟଟନ ଭ୍ରମଣ କରିବା ତାଙ୍କ ଇଛା ଥିଲା । ହେଲେ ସବୁଠି ପ୍ରତିବନ୍ଧକ ଥିଲା ଅର୍ଥ । ଏଥିରେ ବ୍ୟତିବ୍ୟସ୍ତ ନହୋଇ ନିଜେ କିଛି କରିବାର ସଂକଳ୍ପ ନେଇ ଆରମ୍ଭ କଲେ ନିଜର ଅଭିଯାନ । ନିଜ ଇଛାକୁ ପୂରଣ କରିବା ପାଇଁ ଆରମ୍ଭ କଲେ କାଠରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ପ୍ରତିକୃତି ନିର୍ମାଣ । ଆଉ ଏହାରି ଭିତରେ ଅରୁଣ ନିର୍ମାଣ କରିଛନ୍ତି ତାଜମହଲ, ଆଇଫିଲ ଟାୱାର, ଇଣ୍ଡିଆ ଗେଟ ,ବିଧାନସୌଧ ଭଳି କେତେ କଣ ।

ତେବେ ଗୋଟିଏ ଗୋଟିଏ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ 8ମାସରୁ ଏକ ବର୍ଷ ସମୟ ଲାଗୁ ଥିବାରୁ ଏଗୁଡିକ ସେ କେବଳ ନିଜ ପାଖରେ ରଖିବା ପାଇଁ ଏସବୁ ନିର୍ମାଣ କରିଥିବା କହିଛନ୍ତି। ଯାହାକୁ ଆଗାମୀ ଦିନରେ ଏକ ମ୍ୟୁଜିୟମ କରି ସେଠାରେ ଲୋକମାନଙ୍କୁ ଦର୍ଶନ ପାଇଁ ଉପଲବ୍ଧ କରାଇବା ତାଙ୍କର ଇଛା ବୋଲି କହିଛନ୍ତି ଅରୁଣ । ନିଜ ପାଖରେ ଆବଶ୍ୟକ ସମ୍ବଳ ନଥିବାରୁ ଏଥିପାଇଁ ସରକାର ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ସେ ତାଙ୍କ ସ୍ବପ୍ନ ପୂରଣ କରି ପାରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେଉଅଛି। ଆଉ ଗଞ୍ଜାମର କଣ୍ଟେଇକୋଳି ଗ୍ରାମର ଅରୁଣ ସାହୁ ଏଠାରେ ଏକ ଷ୍ଟଲ ମାଧ୍ୟମରେ ନିଜ କଳାର ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଯାହାକୁ ଦେଖିବାକୁ ଲୋକ ଭିଡ ଜମାଉଥିବାବେଳେ ତାଙ୍କ କଳାକୃତିର ପ୍ରସଂଶା କରୁଛନ୍ତି । ଏହାସହ ଅରୁଣଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details