ଓଡିଶା

odisha

ETV Bharat / city

ଓୟୁଏଟି କାର୍ଯ୍ୟକ୍ରମରେ ଯୋଗଦେଲେ କୃଷିମନ୍ତ୍ରୀ - କୃଷି ଗବେଷଣା ପରିଷଦ

ଓୟୁଏଟି ମତବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ କୃଷି ବିଦ୍ୟାଳୟ କିଭଳି ଭାବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବ ଏବଂ ଅନ୍ୟ ରାଜ୍ୟଙ୍କ ତୁଳନାରେ ଓଡିଶା କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 1, 2019, 4:37 AM IST

ଭୁବନେଶ୍ବର: ଓୟୁଏଟି ମତବିନିମୟ କାର୍ଯ୍ୟକ୍ରମରେ ଯୋଗଦେଲେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ | ଏହି କାର୍ଯ୍ୟକ୍ରମରେ ଓୟୁଏଟି ଭିସି ପ୍ରଫେସର ପବନ ଅଗ୍ରୱାଲ, କୃଷିବିଭାଗ ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର, ପ୍ରଫେସର, ଅଧ୍ୟାପକ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ସର୍ବଭାରତୀୟ ସ୍ଥରରେ କୃଷି ଗବେଷଣା ପରିଷଦର 2 ନମ୍ବର ରାଙ୍କରେ ଥିବା ଓୟୁଏଟି 2018-19 ବର୍ଷରେ 27 ରାଙ୍କକୁ ଖସିବା ନେଇ ଉଦବେଗ୍‌ ପ୍ରକାଶ କରିଥିଲେ ମନ୍ତ୍ରୀ । ମିଳିମିଶି କାମ କରିବା ସହ 5Tକୁ ଗୁରୁତ୍ବ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏହାସହ ଇ-ଅଫିସକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କୃଷି ବିଦ୍ୟାଳୟ କିଭଳି ଭାବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବ ଏବଂ ଅନ୍ୟ ରାଜ୍ୟଙ୍କ ତୁଳନାରେ ଓଡିଶା କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ କୃଷିମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details