ଓଡିଶା

odisha

ETV Bharat / city

Netaji Jayanti: ଆସନରେ ନେତାଜୀଙ୍କ ନିଆରା କଳାକୃତି - ଆସନରେ ନେତାଜୀଙ୍କ ନିଆରା କଳାକୃତି

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ । ଏହି ଦିବସ ଅବସରରେ ତାଙ୍କ ବଳିଦାନକୁ ମନେ ପକାଉଛନ୍ତି ଦେଶବାସୀ । ଖଣ୍ଡିଏ ଆସନରେ ତାଙ୍କ ଫଟୋଚିତ୍ର ଆଙ୍କି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ଅଧିକ ପଢନ୍ତୁ

ଆସନରେ ନେତାଜୀଙ୍କ ନିଆରା କଳାକୃତି
ଆସନରେ ନେତାଜୀଙ୍କ ନିଆରା କଳାକୃତି

By

Published : Jan 23, 2022, 8:51 AM IST

Updated : Jan 23, 2022, 9:20 AM IST

ଭୁବନେଶ୍ବର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଜୟନ୍ତୀ । ଏହି ଦିବସ ଅବସରରେ ତାଙ୍କ ବଳିଦାନକୁ ମନେ ପକାଉଛନ୍ତି ଦେଶବାସୀ । ବିଭିନ୍ନ କଳାକୃତି ମଧ୍ୟମରେ ତାଙ୍କ ସ୍ମୃତି ଚାରଣ କରିଛନ୍ତି ଶିଳ୍ପୀ । ଖଣ୍ଡିଏ ଆସନରେ ତାଙ୍କ ଫଟୋଚିତ୍ର ଆଙ୍କି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ।

ଆସନରେ ନେତାଜୀଙ୍କ ନିଆରା କଳାକୃତି

ମହାନ ଜନନାୟକଙ୍କ ଜନ୍ମ ଦିବସରେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଆସନରେ ନେତାଜୀଙ୍କ ଚିତ୍ର ଆଙ୍କି ତାଙ୍କୁ ସମ୍ମାନ ଜଣାଇଛନ୍ତି l ଏଥିପାଇଁ ତାଙ୍କୁ ତିନି ଘଣ୍ଟା ସମୟ ଲାଗିଥିବା । ଏହି ଚିତ୍ର କରି ସେ ବେଶ ଖୁସି ବ୍ୟକ୍ତି କରିଛନ୍ତି । ଗୋଟିଏ ଆସନରେ ବିଭିନ୍ନ ରଙ୍ଗରେ ନେତାଜୀଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ପ୍ରିୟଙ୍କା । ଗୋଟିଏ ଆସନରେ ଏପରି ଚିତ୍ର ଆଙ୍କିବା ବାସ୍ତବରେ ପ୍ରଶଂସନୀୟ ।

ଆସନରେ ନେତାଜୀଙ୍କ ନିଆରା କଳାକୃତି

ନେତାଜୀ ଏମିତି ଜଣେ ଅଦ୍ବିତୀୟ ମହାପୁରଷ ଯାହାଙ୍କର କେବଳ ଜୟନ୍ତୀ ପାଳନ କରାଯାଏ । କାରଣ ତାଙ୍କର ମୃତ୍ୟୁ ହୋଇନାହଁ । ଏବେ ବି ସେ ବଞ୍ଚିଥିବା ବିଶ୍ବାସ କରନ୍ତି ଦେଶବାସୀ । ସ୍ବାଧୀନତା ଅନ୍ଦୋଳନର ମୁଖ୍ୟ ଶ୍ରେୟ ମହାତ୍ମା ଗାନ୍ଧୀଙ୍କର ସ୍ବାଧୀନତା ପ୍ରାପ୍ତିର ଶ୍ରେଷ୍ଠ ନେତୃତ୍ବ ନେଇଥିଲେ ନେତାଜୀ ଏକ କଥାକୁ ସ୍ବୀକାର କରିଛନ୍ତି ଇତିହାସବିତ । କ୍ରାନ୍ତିବୀର ପୁରୁଷ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

Last Updated : Jan 23, 2022, 9:20 AM IST

ABOUT THE AUTHOR

...view details