ଓଡିଶା

odisha

‘ରଘୁନାଥ ବାବୁ ଥିଲେ ଆଜି କାନ୍ଦିଥାନ୍ତେ’

By

Published : Jun 25, 2021, 10:44 PM IST

ମାଷ୍ଟର କ୍ୟାଣ୍ଟିନରୁ ଐତିହ୍ୟ ସ୍ଥାନାନ୍ତର ପ୍ରସଙ୍ଗରେ ବରିଷ୍ଠ ଶିଳ୍ପୀ ରଖିଲେ ପ୍ରତିକ୍ରିୟା । ସରକାର ଏହାର ବିକଳ୍ପ ଚିନ୍ତା କରନ୍ତୁ । ଯୋଜନାରେ ପରିବର୍ତ୍ତନ କରି ରାଜ୍ୟର ଶିଳ୍ପୀମାନଙ୍କ ସହ ଆଲୋଚନା କରାଯାଉ ବୋଲି ଦେଇଛନ୍ତି ମତ । ଅଧିକ ପଢ଼ନ୍ତୁ...

artist opinion on master canteen horse, removal of master canteen warrior horse, warrior horse in bhubaneswar, ବରିଷ୍ଠ ଶିଳ୍ପୀ ରଖିଲେ ପ୍ରତିକ୍ରିୟା, ମାଷ୍ଟରକ୍ୟାଣ୍ଟିନରୁ ଐତିହ୍ୟ ସ୍ଥାନାନ୍ତର, ରଘୁନାଥ ମହାପାତ୍ର, raghunath mohapatra
‘ରଘୁନାଥ ବାବୁ ଥିଲେ ଆଜି କାନ୍ଦିଥାନ୍ତେ’

ଭୁବନେଶ୍ବର: ରାଜଧାନୀରେ 1988ରୁ ଆଜି ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ ଛକ ଛାତି ଉପରେ ଛିଡା ହୋଇଛି ସ୍ଥପତି ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଶ୍ରମର ଐତିହ୍ୟ ଘୋଡ଼ା । ଏହି ଘୋଡ଼ା ଆମ ରାଜ୍ୟ ଚିହ୍ନରେ ମଧ୍ୟ ସ୍ଥାନିତ ହୋଇଛି l ତେବେ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ଏବେ ବଳି ପଡିବାକୁ ଯାଉଛି ଘୋଡା ।

‘ରଘୁନାଥ ବାବୁ ଥିଲେ ଆଜି କାନ୍ଦିଥାନ୍ତେ’

ଦୀର୍ଘ ବର୍ଷ ଧରି ଭୁବନେଶ୍ବର ପରିଚୟ ପାଲଟିଥିବା ଏହି ଘୋଡ଼ାକୁ ସ୍ଥାନାନ୍ତର କରାଯିବା ନେଇ ବୈଠକ ହୋଇଛି l ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଏମସି ଓ ବିଡିଏ ମିଳିତ ସହଯୋଗରେ ରାଜଭବନ ନିକଟକୁ ସ୍ଥାନାନ୍ତର ନେଇ ଯୋଜନା ହୋଇଛି l ସେଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବ । ଏହାକୁ ନେଇ ଏବେ ବିରୋଧ ସ୍ବର ତୀବ୍ର ହେବାରେ ଲାଗିଛି ।

ତେବେ ଏନେଇ ଶିଳ୍ପୀ ଜଗଦୀଶ କାନୁନଗୋ କହିଛନ୍ତି ଯେ ସ୍ମାର୍ଟ ସିଟି ପ୍ରକଳ୍ପରେ ଐତିହ୍ୟ ସ୍ଥାନାନ୍ତର ନକରି ଅକ୍ଷୁର୍ଣ୍ଣ ରଖାଯାଉ l କଳା ସଂସ୍କୃତିକୁ ସମ୍ମାନ ଦିଆଯାଉ । ଐତିହ୍ୟ ସ୍ଥାନାନ୍ତର ଆମ ସଂସ୍କୃତି ପାଇଁ ଅସମ୍ମାନ ହେବ l ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ କଳା ସଂସ୍କୃତିକୁ ଗୁରୁତ୍ବ ଦେଉଛନ୍ତି ନିକଟରେ ରଘୁରାଜପୁର ଶିଳ୍ପୀଙ୍କ ପ୍ରତି ଦରଦ ମଧ୍ୟ ଦେଖାଇଛନ୍ତି । ଅନ୍ୟ ପକ୍ଷରେ ଭୁବନେଶ୍ବର ପରିଚୟ ପାଲଟିଥିବା ଏହି ଐତିହ୍ୟକୁ ସ୍ଥାନାନ୍ତର କରିବା ଆଗାମୀ ପିଢ଼ି ପାଇଁ କଳାର ହତ୍ୟା ହେବନି କି ବୋଲି ସେ ପ୍ରଶ୍ନ କରିଛନ୍ତି । ରଘୁ ବାବୁ ଥିଲେ ଆଜି କାନ୍ଦିଥାନ୍ତେ ବୋଲି କହିଛନ୍ତି ଶିଳ୍ପୀ ଜଗଦୀଶ କାନୁନଗୋ ।

ସେହିପରି ଶିଳ୍ପୀ ବିନୋଦ ମହାରଣା କହିଛନ୍ତି ଯେ ସରକାରଙ୍କ ଦୂରଦୃଷ୍ଟି ଅଭାବ ରହିଛି । ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ କଳାକୃତିକୁ ଏପରି ସ୍ଥାନାନ୍ତର ନକରନ୍ତୁ । ସେହି ଘୋଡା ଦୀର୍ଘ ଦିନର । କେବଳ ଭୁବନେଶ୍ବର ନୁହେଁ ସାରା ଓଡ଼ିଶାର ପରିଚୟ ପାଲଟିଛି ଏହି ଘୋଡ଼ା । ଯଦି ମାଷ୍ଟର କ୍ୟାଣ୍ଟିନରେ ଏଭଳି ଜାଗାର ଆବଶ୍ୟକତା ରହିଛି ତେବେ ଓଡ଼ିଶାରେ ଅନେକ ଶିଳ୍ପୀ ଅଛନ୍ତି ସମସ୍ତଙ୍କୁ ମତ ନିଆଯାଇ ଏହାର ନିଷ୍ପତ୍ତି ନିଆଯାଉ ବୋଲି ଶିଳ୍ପୀ ବିନୋଦ ମହାରଣା କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details