ଭୁବନେଶ୍ବର: ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ସମାଜ କଲ୍ୟାଣ ପ୍ରତିଷ୍ଠାନ ରେଡ୍ ସ୍ଵସ୍ତିକ ସୋସାଇଟି ପକ୍ଷରୁ ୪୦୦ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ପାଞ୍ଚ ଦିନିଆ ନିଶୁଳ୍ପ ପରିମାପ ଶିବିର ହୋଇଛି । ହକିର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ନୟାପଲ୍ଲୀ ସ୍ଥିତ ରେଡ୍ ସ୍ଵସ୍ତିକ ସୋସାଇଟି କାର୍ଯ୍ୟାଳୟଠାରେ ଏହାର ଉଦ୍ଘାଟିତ କରିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ମାନଙ୍କୁ ସ୍ଵତନ୍ତ୍ର ଭାବେ ଯୋଗାଯୋଗ ଓ ରେଜିଷ୍ଟ୍ରେସନ ମାଧ୍ୟମରେ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ପର୍ଯ୍ୟାୟ କ୍ରମେ ଏହି ତାଲିକା ଅନ୍ତର୍ଭୁକ୍ତ ଭିନ୍ନକ୍ଷମ ମାନଙ୍କୁ ଶିବିରରେ କୃତ୍ରିମ ଅଙ୍ଗପ୍ରଦାନ ନିମନ୍ତେ ପରିମାପ କରାଯିବ ।
World Disability Day: ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ - ରେଡ୍ ସ୍ଵସ୍ତିକ ସୋସାଇଟି
ବିଶ୍ଵ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍ପ କୃତ୍ରିମ ଅଙ୍ଗଦାନ କରାଯାଇଛି । ଏନେଇ ରେଡ୍ ସ୍ଵସ୍ତିକ ସୋସାଇଟି ପକ୍ଷରୁ ୫ ଦିନିଆ ପରିମାପ ଶିବିର କରାଯାଇଛି । ଅଧିକ ପଢନ୍ତୁ
ଏହି ଶିବିରରେ ରେଡ୍ ସ୍ଵସ୍ତିକ ସୋସାଇଟିର ମୁଖ୍ୟ ବିଜୟ ଆଚାର୍ଯ୍ୟ, ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ରେଡ଼ ସ୍ଵସ୍ତିକ୍
ଓଡ଼ିଶା ଶାଖାର ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଭିନ୍ନକ୍ଷମମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଆଗାମୀ ଦିନ ମାନଙ୍କରେ ଅନୁଷ୍ଠାନ ପକ୍ଷରୁ ବହୁ କଲ୍ୟାଣକାରୀ ଯୋଜନାମାନ ହାତକୁ ନିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ମତପ୍ରକାଶ କରିଥିଲେ । ସେପଟେ ଏହି ସଂସ୍ଥା ଯେଉଁ କୃତ୍ରିମ ଅଙ୍ଗପ୍ରଦାନ କରୁଛି ଏହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଏଠାରେ ସୁବିଧା ପାଇବାକୁ ଆସିଥିବା ଦିବ୍ୟାଙ୍ଗ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ