ଓଡିଶା

odisha

ETV Bharat / city

ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଲା ହସ, ଲାଗିଲା କୃତ୍ରିମ ଅଙ୍ଗ - ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ

ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଲା ହସ । କ୍ୟାପିଟାଲ ହସ୍ପିଟାଲରେ 17 ଜଣ ଦିବ୍ୟାଙ୍ଗକୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଅଧିକ ପଢ଼ନ୍ତୁ

artificial limbs transplant to the paralyzed people in capital hospital
ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଲା ହସ, ଲାଗିଲା କୃତ୍ରିମ ଅଙ୍ଗ

By

Published : May 27, 2022, 2:02 PM IST

ଭୁବନେଶ୍ବର: ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଲା ହସ । କ୍ୟାପିଟାଲ ହସ୍ପିଟାଲରେ 17 ଜଣ ଦିବ୍ୟାଙ୍ଗକୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏକ ନୂଆ ଜୀବନ ପାଇ ସେମାନେ ବେଶ ଖୁସିଥିବା କହିଛନ୍ତି। କୃତ୍ରିମ ଅଙ୍ଗ ରୋପଣ ପାଇଁ ବର୍ତ୍ତମାନ ସୁଦ୍ଧା ମୋଟ ୬୨ ଜଣ ପଞ୍ଜିକୃତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୧୭ ଜଣଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି।

ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଲା ହସ, ଲାଗିଲା କୃତ୍ରିମ ଅଙ୍ଗ

ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ,ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ସ୍ବାଭମାନ ଅଞ୍ଚଳ ମାଲକାନଗିରିର ଏହି ଦିବ୍ୟାଙ୍ଗ ମାନେ କୃତ୍ରିମ ଆକାରେ ଅଙ୍ଗ ପାଇବା ପରେ ସଭିଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏଭଳି ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details