ଚଣ୍ଡୀଗଡ: 35 ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା 2022 ରେ ଓଡ଼ିଶାର କଳାକାର ଏକ ଭିନ୍ନ ଓ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଓଡ଼ିଶାର କଳାକାରଙ୍କ ଦ୍ବାରା ପୋକ-ଜୋକଙ୍କ କୋସାରୁ ବାହାର କରାଯାଇଥିବା ଫାଇବରରୁ ନିର୍ମିତ କଳାକୃତି ଅନେକ ଲୋକଙ୍କୁ ଆକର୍ଷିତ କରୁଛି । ତେବେ ଓଡ଼ିଶାର କଳାକାର ରାଜେନ୍ଦ୍ର କୁମାର ମେହେରଙ୍କ କଳାକୃତ୍ତିରେ ଏକ ସ୍ବତନ୍ତ୍ରତା ରହିଛି ।
ରାଜେନ୍ଦ୍ର ଛତିଶଗଡ ଏବଂ ଓଡ଼ିଶାର ଜଙ୍ଗଲରେ ମିଳୁଥିବା କୋସା ନାମକ ଏକ ବଣୁଆ ପୋକକୁ ଗରମ ପାଣିରେ ଫୁଟାଇ ସେଥିରୁ ଟସର ରେଶମ ବାହାର କରିଥାନ୍ତି ଏବଂ ସେଥିରେ ଆକର୍ଷଣୀୟ କଳାକୃତି ତିଆରି କରିଥାନ୍ତି । ଏହି କଳାକୁ ପ୍ରାକୃତିକ ଫାଇବର ଶିଳ୍ପ କୁହାଯାଏ । ରାଜେନ୍ଦ୍ର କହିଛନ୍ତି ଯେ, ଏହି କଳା ଦେଶର ଅନ୍ୟ କୌଣସି ସ୍ଥାନରେ ମିଳୁନାହିଁ । ସେ ବନ୍ୟ ପୋକର ତନ୍ତୁରୁ ସିଦ୍ଧି ବିନାୟକଙ୍କ ଏକ ଆକର୍ଷଣୀୟ ଚିତ୍ର ତିଆରି କରି 2018 ରେ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।
ରାଜେନ୍ଦ୍ର କୁମାର ଗତ 15 ବର୍ଷ ଧରି ଏହି କଳାକୁ ସାରା ଦେଶରେ ବିସ୍ତାର କରୁଛନ୍ତି । ଓଡ଼ିଶାର ସୁନ୍ଦରଗଡର ବାସିନ୍ଦା ହେଉଛନ୍ତି ରାଜେନ୍ଦ୍ର କୁମାର ମେହେର । ସେ କହିଛନ୍ତି ଯେ, ତାଙ୍କ ପିତା କୃଷ୍ଣ ଚନ୍ଦ୍ର ମେହେର ଜଣେ ବୁଣାକାର ଥିଲେ, ସେ ଶାଢୀ ତିଆରି କରୁଥିଲେ । ତାଙ୍କୁ ଦେଖି ସେ ଏକ ଶାଢୀର ସୂତାରୁ ଛୋଟ ଚିତ୍ରକଳା ତିଆରି କରିବାକୁ ଶିଖିଥିଲେ ।